ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ବୁଧବାର ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ଚତୁର୍ଥ ଅଧିବେଶନରେ ‘ବିଭିନ୍ନ ଗୋଷ୍ଠୀଙ୍କୁ ଜଳବାୟୁ ବିଜ୍ଞାନ ସହ ଯୋଡ଼ି ସେମାନଙ୍କ ଜ୍ଞାନ ବୃଦ୍ଧି କରିବା’ଶୀର୍ଷକ ଆାଲୋଚନାରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ଡକ୍ଟର କେ.ଜେ. ରମେଶ କହିଲେ, ଜାତୀୟ ସ୍ତରୀୟ ପୂର୍ବାନୁମାନ ଆଞ୍ଚଳିକ ଆବଶ୍ୟକତା ପୂରଣ କରିବା ଜରୁରୀ। ବିଗତ ଦିନରେ ପୂର୍ବାନୁମାନରର ସଠିକତାରେ ବହୁ ସୁଧାର ହୋଇଛି। ଏନେଇ ଜ୍ଞାନକୌଶଳ ଉପଯୋଗ ବୃଦ୍ଧି ପାଇଛି। ସାଟେଲାଇଟ୍ ଡାଟା ପେଲୋଡ୍‌ରେ  ଆସିଛି।

Advertisment

ଭାରତରେ କମ ଅଞ୍ଚଳରେ ପୂର୍ବାନୁମାନ କରାଯାଉଛି। କେତେକ କ୍ଷେତ୍ରରେ ପ୍ରତି ୬ ବର୍ଗ କିଲୋମିଟରରେ ପୂର୍ବାନୁମାନ କରାଯାଉଛି। ଏହା  ସହିତ ପ୍ରତି ୩ ବର୍ଗ କିଲୋମିଟର ତଥା ଦେଢ଼ ବର୍ଗ କିଲୋମିଟରରେ ମଧ୍ୟ ପୂର୍ବାନୁମାନ କରାଯାଉଛି। ଏହା ଦ୍ବାରା ଲୋକଙ୍କୁ ଅଦ୍ୟତନ ପ୍ରଦାନ କରାଯାଇ ପାରୁଛି।  ସଚେତ ଆପ୍ ଦ୍ବାରା ବିନା ସେଲ୍ ଫୋନ୍ ନମ୍ବରରେ ସମସ୍ତଙ୍କ ପାଖକୁ ପୂର୍ବାାନୁମାନ ପଠାଯାଇ ପାରୁଛି। ଏଆଇ ‌ଜଳବାୟୁ ପରିବର୍ତ୍ତନରେ ବିଶେଷ ଉପଯୋଗୀ ହୋଇ ପାରୁଛି।


ଏବେ ବର୍ଷ ସାରା ବଜ୍ରପାତ ହେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ହେଉଛି। ମାଟିର ଜଳ ଧାରଣ କ୍ଷମତା ୭% ବଢ଼ିଲେ ବଡ଼ ବାଦଲ ‌ସୃଷ୍ଟି ହେବା ଯୋଗୁ ବଜ୍ରପାତ ୧୨% ବଢ଼ିଥାଏ।

ସ୍ଥାନୀୟ ସ୍ତରରେ ବିକଶିତ ଯୋଜନା ଦ୍ବାରା ଲୋକେ ତୃଣମୂଳ ସ୍ତରରୁ ଲାଭ ପାଇପାରିବେ। ପ୍ରତି ବିପର୍ଯ୍ୟୟ ପରେ ତୃଣମୂଳ ସ୍ତରର ସ୍ଥିତରେ ବହୁ ପରିବର୍ତ୍ତନ ଆସିଥାଏ। ଏଆଇ ଦ୍ବାରା ତଥ୍ୟର ବିକାଶ ହୋଇ ପାରିଥାଏ। ଜଳବାୟୁ ପ୍ରଭାବ ନେଇ ପୂର୍ବାନୁମାନ କରାଯିବା ଦ୍ବାରା ସୁଫଳ ମିଳିଥାଏ। ଏହା ଦ୍ବାରା ବିପର୍ଯ୍ୟୟ ହେଲେ କ୍ଷୟକ୍ଷତିର ପରିମାଣ ହ୍ରାସ ପାଇପାରିବ।  ଅଧିକ ବର୍ଷା ଯୋଗୁ ଭୂସ୍ଖଳନ ହେଉଛି।  ଓଡ଼ିଶାରେ ହୋଇଥିବା ଭୂସ୍ଖଳନ ଏହାର କାରଣ। ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ  ଅତ୍ୟଧିକ ବର୍ଷାଯୋଗୁ ଭୂସ୍ଖଳନ ହୋଇଛି। ଆଇଏମଡିର ତଥ୍ୟ ଆଧାରରେ ପୂର୍ବାନୁମାନ ତଥା ସତର୍କ ସୂଚନା ଜାରି କରାଯାଉଛି। ବହୁ ବିଭାଗ ଏନେଇ ମିଳିତ ଭାବେ କାମ କରୁଛନ୍ତି ବୋଲି ସେ କହିଛନ୍ତି।