ରାଇରଂଗପୁର: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡରେ ରବିବାର ଅପରାହ୍ନରେ ବଜ୍ରପାତ ହୋଇଛି। ଏହି ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ବ୍ରଜପାତ ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବହଲଦା ଥାନା ଅନ୍ତର୍ଗତ ନିମଡିହରେ ବଜ୍ରପାତ କାରଣରୁ ଖୁଡ଼ି ଓ ଝିଆରୀଙ୍କ ମୃତ୍ୟୁ ହୋଇଛି। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ହୋଇଛି।
ସୂଚନା ଅନୁଯାୟୀ ବହଳଦା ଥାନା ନିମଡ଼ିହି ଗ୍ରାମର ଗୋପୀ ମୁଣ୍ଡାଙ୍କ ସ୍ତ୍ରୀ ରାଣୀ ମୁଣ୍ଡା(୨୫) ଓ ଗୋପାଲ ମୁଣ୍ଡାଙ୍କ ଝିଅ ପାନ ମୁଣ୍ଡା(୭) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ବର୍ଷା ହେବାରୁ ବରଗଛ ମୂଳରେ ଛିଡା ହୋଇଥିଲେ । ତେବେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ପାର୍ଶ୍ଵ ଦେଇ ଯାଉଥିବା ଗୋପୀ ମୁଣ୍ଡାଙ୍କ ଝିଅ ଲେଚେ ମୁଣ୍ଡା ମଧ୍ୟ ବଜ୍ରପାତର ପ୍ରଭାଵରେ ସଂଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସେହିପରି ତିରିଂ ଥାନା ବାରୁଡ଼ିହି ଗ୍ରାମର ଶ୍ୟାମ ଚରଣ ପୁର୍ତ୍ତି(୩୧) ଗୋରୁ ଚରାଇ ଘରକୁ ଫେରୁଥିବା ସମୟରେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବହଳଦା ଓ ତିରିଂ ଥାନାରେ ଦୁଇଟି ଅପମୃତ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳରେ ଭର୍ତ୍ତି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)