ଦେବୀ ନଦୀ କୂଳରେ ଦଶତୁଠ କାର୍ଯ୍ୟ ଚାଲି ଥିବା ବେଳେ ବଜ୍ରପାତ, ୨ ମୃତ

ଜଗତସିଂହପୁର ଟାଉନ୍‌: ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ବଜ୍ରପାତ ହୋଇଛି। ଫଳରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ବିରିଡି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ବ୍ରଜପାତରେ ପ୍ରାଣ ହରାଇଥିବା ୨ ଜଣ ଲୋକ ହେଲେ ବିଷ୍ଣୁଚରଣ ବାହାଲିଆ (୫୫) ପ୍ରମୋଦ କୁମାର ବାହାଲିଆ (୪୫)।

ସୂଚନା ଅନୁସାରେ ବିରିଡି ବ୍ଳକ ଅନ୍ତର୍ଗତ ବାଇଶିମୌଜା ବାରେଡିଆ ପଂଚାୟତର ଦେବୀ ନଦୀ ପଠାରେ ଆଜି ଦିନ ୧ଟା ୪୫ରେ ସ୍ୱର୍ଗତ ଉଷାରାଣୀ ବାହାଲିଆଙ୍କ ଦଶତୁଠ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଆରମ୍ଭ ହୋଇଯାଇଥିଲା। ବର୍ଷା ହେବାର ଅଳ୍ପ ସମୟ ମଧ୍ୟରେ ସେଠାରେ ବଜ୍ରପାତ ହୋଇଥିଲା। ଏଥିରେ ବିଷ୍ଣୁ ଓ ପମୋଦଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ମିଳିଛି।

ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ପରେ କାଜୁ ନିଗମର ଅଧ୍ୟକ୍ଷ ଅମରେଶ ଦାସ, ବିଜେପି ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ଓ ବିଜେଡି ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସ ଘଟଣାସ୍ଥଳକୁ ପହଂଚିଥିଲେ।

ସମ୍ବନ୍ଧିତ ଖବର