ସ୍କିଲ୍‌ ଇଣ୍ଡିଆ ତାଲିମ ବେଳେ ବଜ୍ରପାତ, ଟଳିପଡ଼ିଲେ ଦୁଇ ଯୁବକ

ଟାଙ୍ଗୀ : ତାଲିମ ନେବା ହେଲା କାଳ। ଖେଳପଡ଼ିଆରେ ସାଂଗମାନଙ୍କ ସହ ତାଲିମ ନେଉଥିବା ବେଳେ ବଜ୍ରପାତ ଘଟି ଦୁଇ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ମୃତ ଦୁଇ ଯୁବକ ହେଉଛନ୍ତି କନ୍ଧମାଳ ଅଂଚଳର ଶ୍ରୀର୍ଯ୍ୟ ଦିଗାଲ(୨୨) ଏବଂ ନୟାଗଡ଼ ଅଂଚଳର ବିଭୂତି ନାୟକ(୨୩)। ଟାଙ୍ଗୀ ଡ୍ରିମ୍‌ସ କଲେଜ ପରିସରରେ ଆଜି ଅପରାହ୍ନରେ ଘଟିଥିବା ଏଭଳି ଘଟଣା ସ୍ଥାନୀୟ ଅଂଚଳବାସୀଙ୍କୁ ହତବାକ୍ କରିଦେଇଛି।

ସୂଚନାନୁଯାୟୀ, ଟାଙ୍ଗୀ କାଏରାପାରିରେ ଥିବା ଡ୍ରିମ୍ସ କଲେଜ ଖେଳପଡ଼ିଆରେ ସ୍କିଲ ଇଣ୍ଡିଆର ଏକ ତାଲିମ ପ୍ରଶିକ୍ଷଣ ଚାଲୁଥିଲା। ଶ୍ରୀର୍ଯ୍ୟ, ବିଭୂତି ଅନ୍ୟ ସାଂଗମାନଙ୍କ ସହିତ ତାଲିମ ନେଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଦୁହେଁ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ କଟକ ବଡ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଡ୍ରିମ୍‌ସରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର