ଖୋର୍ଦ୍ଧା : ବଜ୍ରପାତରେ ଫାଟିଗଲା ହନୁମାନ ମନ୍ଦିର ଦଧିନଉତି

ଖୋର୍ଦ୍ଧା : ଆଜି ଅପରାହ୍ଣରେ ବର୍ଷା ସହ ପ୍ରଚଣ୍ଡ ଘଡ଼ଘଡ଼ି ଓ ବଜ୍ରପାତରେ ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟଠାରେ ଥିବା ପୁରାତନ ହନୁମାନ ମନ୍ଦିରର ଦଧିନଉତି ଫାଟି ଦୁଇଫାଳ ହୋଇଯାଇଛି। ଆଜି ଅପରାହ୍ଣ ପ୍ରାୟ ୫ଟାରୁ ସାଢେ଼ ୫ଟା ସମୟରେ ଦଳେଇପୁଟ ଗାଁରେ ଥିବା ହନୁମାନ ମନ୍ଦିର ଉପରେ ବଜ୍ରପାତ ହୋଇଥିଲା। ଫଳରେ ମନ୍ଦିରର ଦଧିନଉତି ଫାଟି ଦୁଇ ଫାଳ ହୋଇଯାଇଥିଲା। ଦୀର୍ଘ ୩–୪ ଦଶନ୍ଧି ମଧ୍ୟରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି। ପ୍ରତିବର୍ଷ ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ବଜ୍ରପାତ ଘଟି ବହୁଲୋକ ମୃତାହତ ହୋଇଥିବା ନଜିର ଥିବାବେଳେ କୌଣସି ମନ୍ଦିର ଏଭଳି ବଜ୍ରପାତ ହୋଇନଥିଲା। ଏହାକୁ ନେଇ ଗ୍ରାମବାସୀମାନେ କିଛି ବଡ଼ ଦୈବୀ ଅଘଟଣର ଆଶଙ୍କା କରିଛନ୍ତି। ତେବେ ପୁରାତନ ମନ୍ଦିର ନିକଟରେ ନିର୍ମାଣ କରାଯାଇଥିବା ନୂତନ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନଥିବାରୁ ବଜ୍ରପାତ ହେଲା ବୋଲି କିଛି ଅଭିଜ୍ଞ ବ୍ୟକ୍ତି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର