ରାଇରଙ୍ଗପୁର: ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବାପଘର ଗ୍ରାମ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା। ଏଠାରେ ଡୁଙ୍ଗୁରୀସାହି ନାମକ ଏକ ସାହି ରହିଛି। ଯେଉଁଠି ୧୮ଟି ପରିବାର ବସବାସ କରୁଛନ୍ତି। ହେଲେ ଏହି ସାହିକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିଲା।
ଏ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ଭାଇରାଲ୍ ହୋଇଥିଲା। ଫଳରେ ବିଦ୍ୟୁତ୍ ବିଭାଗ ତତ୍ପରତା ଦେଖାଇଥିଲା। ନୂଆ ଟ୍ରାନ୍ସଫର୍ମର ଓ ଖୁଣ୍ଟ ବସାଯାଇ ସାହିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଆଜି ସାହିରେ ବିଦ୍ୟୁତ୍ ଆଲୁଅ ଜଳିଛି। ଫଳରେ ସାହିବାସୀ ବହୁତ ଖୁସି ହୋଇଛନ୍ତି। ସେମାନେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଦ୍ୟୁତ୍ ଆଲୁଅ ଦେଖିବାକୁ ପାଇଲେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/41-13.jpg)