ଭୁବନେଶ୍ବର :ଫନିର ପ୍ରଳୟ ପରେ ପାଣି କିଣିବାକୁ ଆଜି ସକାଳୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସକାଳୁ କାଁ ଭାଁ ଦୋକାନ ଖୋଲିବାରୁ ପାଣି କିଣିବା ପାଇଁ ଏତେ ଭିଡ଼ ହୋଇଥିଲା ଯେ, ଦୋକାନୀ ଲାଇନ୍ରେ ଆସିବାକୁ କହିଥିଲେ। ଜୟଦେବ ବିହାର, ନିକୋ ପାର୍କ ନିକଟସ୍ଥ ଅଞ୍ଚଳରେ ଲୋକେ ପାଣି କିଣିବାକୁ ଖରାରେ ଲାଇନ୍ରେ ଛିଡ଼ା ହୋଇଥିଲେ। ପାଣି ପାଇଁ ଲୋକ ଆଉଟୁପାଉଟୁ ହେଉଥିବାବେଳେ ଦୋକାନରୁ ପାଣି ବୋତଲ କିଣି ପିଇଥିଲେ। ଏହାର ଫାଇଦା ନେଇ କିଛି ଅଞ୍ଚଳରେ ବ୍ୟବସାୟୀମାନେ ଚଢ଼ା ଦରରେ ପାଣି ବୋତଲ ବିକୁଥିବା ଦେଖିବାକୁ ମିଳିଥିଲା। ବରମୁଣ୍ଡାର କିଛି ଅଞ୍ଚଳରେ ଏକ ଲିଟର ପାଣି ବୋତଲ ୩୫ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା।
ପାଣି କିଣିବାକୁ ଲାଇନ୍
/sambad/media/post_attachments/wp-content/uploads/2019/05/water-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)