ଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଚୋରି କରୁଥିବା ଚୋର ଗିରଫ

ଭୁବନେଶ୍ୱର: ସୋମବାର ଦିନ ଶ୍ରୀଲିଙ୍ଗରାଜ ପୁଲିସ କେଦାରଗୌରୀରୁ ଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଚୋରି କରୁଥିବା ଜଣେ ଚୋରକୁ ଗିରଫ କରିଛି।
ଗିରଫ  ଅଭିଯୁକ୍ତର ଘର ବଲାଙ୍ଗୀର ଜିଲ୍ଲାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମନ୍ଦିର ହୁଣ୍ଡିରୁ ଚୋରି ହେଉଥିବା ଘଟଣା ସଂକ୍ରାନ୍ତରେ ପୁଲିସ ବିଧିବଦ୍ଧ ଭାବେ ମାମଲା ରୁଜୁ କରିବା ପରେ ଗତକାଲି ସକାଳୁ ଅପରାହ୍ଣ ଯାଏଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଚୋରକୁ ଚିହ୍ନଟ କରିଥିଲା।

ସମ୍ବନ୍ଧିତ ଖବର