ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ: ଭୋର ୪ଟା ସୁଦ୍ଧା ବିବାହ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ । ଆଜି ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର ନିଷ୍ପତି କ୍ରମେ ଆସନ୍ତା ଜୁନ ୪ ତାରିଖରେ ଶିବ -ପାର୍ବତୀ (ଦେବ ଦଂପତି) ବିବାହ ଅନୁଷ୍ଠିତ ହେବ। ସକାଳ ୬.୩୦ ରେ ମଙ୍ଗଳ ଆଳତି ଆଉ ତାପରେ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ରହିବ । ଏହାପରେ ମହାପ୍ରଭୁ ଲିଙ୍ଗରାଜଙ୍କର ବିଭିନ୍ନ ରୀତିନୀତି ପରେ ରାତି ୧୨.୩୦ ରୁ ଭୋର ୪ ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବନି ପ୍ରସାଦ ମିଶ୍ର ।

ସମ୍ବନ୍ଧିତ ଖବର