ଲିଙ୍ଗରାଜଙ୍କ ୫୦ କୋଟି ଟଙ୍କାର ଜମି ଜବରଦଖଲ ଓ ବେଆଇନ ନିର୍ମାଣକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ, ଉପବାସରେ ମହାପ୍ରଭୁ

ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କ ନୂଆଗାଁ ଗଙ୍ଗୁଆ ନଦୀ କୂଳରେ ଥିବା ପ୍ରାୟ ୫୦ କୋଟି ଟଙ୍କାର ଜମିରେ ଜବରଦଖଲ ଏବଂ ଏଠାରେ ଦେକାନଘର ନିର୍ମାଣକୁ ବିରୋଧ କରି ଆଜି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମନ୍ଦିର ନୀତିରେ ଅସହଯୋଗ କରିଥିବା ଜଣାଯାଇଛି। ଏହାଫଳରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବିଳମ୍ବିତ ହୋଇଥିବା ଜଣାପଡ଼ିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଆଜି ଲିଙ୍ଗରାଜଙ୍କ ନିକଟରେ ହେବାକୁ ଥିବା ରୋଷ ହୋମ ନୀତି ବନ୍ଦ ରହିଛି । ସକାଳୁ ଏଯାଏଁ ନୀତିକାନ୍ତି ବନ୍ଦ ରହିଛି । ଏଥିଲାଗି ଲିଙ୍ଗରାଜ ମହାପ୍ରଭୁ ଆଜି ଉପବାସରେ ଅଛନ୍ତି।

ସୂଚନାଯୋଗ୍ୟ, ଏହି ଜମି ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ପ୍ରଶାସନର ଅବହେଳା ହେତୁ ଜବରଦଖଲ କାମ ବଢ଼ିଚାଲିଛି ଏବଂ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଗତକାଲି ଜବରଦଖଲକାରୀମାନେ ମନ୍ଦିରର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କୁ ହତ୍ୟା ଧମକ ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର