ପୁରୁଣା ଭୁବନେଶ୍ୱର : କରୋନା ଯୋଗୁଁ ଲକ୍ଡାଉନ୍ ସାରା ଭାରତକୁ ପ୍ରଭାବିତ କରିଥିବା ବେଳେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନହେବାରୁ ମନ୍ଦିରରେ ନୀତି ବନ୍ଦ ରହିଥିଲା। ତେବେ ଆସନ୍ତାକାଲିଠାରୁ ମନ୍ଦିରରେ ନୀତି କରାଯିବ। ସେବାୟତମାନେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ମନ୍ଦିର ପ୍ରଶାସନ ଏହା ଜାଣିନାହିଁ।
ପ୍ରକାଶ ଥାଉକି, ରୁକୁଣା ରଥଯାତ୍ରାର ପୂର୍ବଦିନ ନେତ୍ର ଉତ୍ସବ ସନ୍ଧ୍ୟାରୁ ମନ୍ଦିରରେ ଦେବ ନୀତି ବନ୍ଦ ରହିଥିଲା। କେବଳ ସକାଳେ ଠାକୁରଙ୍କୁ ସ୍ନାନ କରାଯାଇ ଫଳ ଭୋଗ କରାଯାଉଥିବା ବେଳେ ସନ୍ଧ୍ୟାରେ ଫଳ ଭୋଗ କରାଯାଉଥିଲା। ଯାହା ଅଗଣିତ ଶ୍ରୀଲିଙ୍ଗରାଜ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ତେବେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ସରକାରଙ୍କ ନିୟମ ଥିବା ଦର୍ଶାଇ ସେବାୟତମାନେ ନୀତିରେ ଅସହଯୋଗ କରୁଥିଲେ। ଆଜି ବାହୁଡ଼ା ତିଥି ସରିବା ପରେ ନୀତି କରିବାକୁ ସେବାୟତମାନେ ଆଗେଇ ଆସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Lingaraj.jpg)