ଭୁବନେଶ୍ବର: ପବିତ୍ର କାର୍ତ୍ତିକମାସ ଅବସରରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି  । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରାଇଦାମୋଦର ବେଶରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ପୁରା ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ସକାଳ ଧୂପ ମଙ୍ଗଳ ଆଳତୀ ପରେ ଦିନ ଦଶଟା ପରେପରେ ସାହାଣମେଳା ଦର୍ଶନ ଆରମ୍ଭ ହୋଇଛି  ।

Advertisment

ଏହା ସହ ହବିଷ୍ୟାଳିମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଅବଢ଼ା ଓ ହବିଷ୍ୟ ଡାଲମା ପ୍ରସ୍ତୁତି କରାଯାଉଛି । ତେବେ ଏହି ହବିଷ ପାଳନ ପାଇଁ ବିଭିନ୍ନ ଅଞ୍ଚଳରୁ ମହିଳାମାନେ ଏକାମ୍ର କ୍ଷେତ୍ରକୁ ଆସିଥିବାବେଳେ ଚଳିତବର୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନର ସହଯୋଗ ନିଆଯାଇଛି । ଶ୍ରଦ୍ଧାଳୁଙ୍କ ସମେତ ବ୍ରତଧାରୀ ଧାଡି ବ୍ୟବସ୍ଥାରେ ଦର୍ଶନ କରୁଛନ୍ତି । ଏହା ସହ ଯେହେତୁ ବ୍ରତଧାରୀ ବୟସ୍କ ତଥା ବରିଷ୍ଠ ନାଗରିକ ରହିଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ମନ୍ଦିର କର୍ତ୍ତୃପକ୍ଷ ଓ ସେବାୟତ ।