ବାରଙ୍ଗ: ବାର୍ଦ୍ଧକ୍ୟ କାରଣରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏସିୟ ସିଂହୀ ଶ୍ୟାମାର ମୃତ୍ୟୁ ହୋଇଛି। ସେ ରହୁଥିବା ୨୯ ‘କ’ ଖୁଆଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲା। ଶ୍ୟାମାକୁ ୨୦ବର୍ଷ ୩ ମାସ ବୟସ ହୋଇଥିଲା। ତା’ର ଶରୀର ଦୁର୍ବଳ ହେବା ସହିତ ଅଧିକାଂଶ ଦାନ୍ତ ଝଡ଼ିପଡ଼ିଥିଲା। ଖାଦ୍ୟ ଠିକ୍ ଭାବେ ଖାଇନପାରିବାରୁ ତାକୁ ମାଂସ ଗୁଣ୍ଡ, ଅଣ୍ଡା ଦିଆଯାଉଥିଲା। ଆଣ୍ଟିଟ୍ରେସ, ଭିଟାମିନ ଦିଆଯିବା ସହିତ ରୋଗ ପ୍ରତିଷେଧକ ଦେଇ ଚିକିତ୍ସା କରାଯାଉଥିଲା। ଶ୍ୟାମାର ମୃତ୍ୟୁପରେ ନନ୍ଦନକାନନର ପ୍ରଣୀ ଚିକିତ୍ସକମାନେ ଶବ ବ୍ୟବଚ୍ଛେଦ କରିଛନ୍ତି। ବାର୍ଦ୍ଧକ୍ୟ କାରଣରୁ ଶ୍ୟାମାର ଫୁସ୍ଫୁସ୍ ଓ ପାକସ୍ଥଳୀ ନିଷ୍କ୍ରିୟ ହୋଇଥିବା ଚିକିତ୍ସକମାନେ ଦେଖିବାକୁ ପାଇଛନ୍ତି।
ନନ୍ଦନକାନନରେ ଏସୀୟ ସିଂହ ବଂଶ ସଙ୍କଟ ଦୂର କରିବା ପାଇଁ ୨୦୧୪ ମସିହା ଏପ୍ରିଲ ୧୩ରେ ଶ୍ୟାମାକୁ ତା’ର ପୁରୁଷ ସାଥୀ ପିଛାନ ସହିତ ଗୁଜୁରାଟ ଜୁନାଗଡ଼ ଚିଡ଼ିଆଖାନାରୁ ଅଣାଯାଇଥିଲା। ଏହି ସିଂହ ଯୋଡ଼ିଙ୍କୁ ଦାନସୂତ୍ରରେ ଜୁନାଗଡ଼ ଚିଡ଼ିଆଖାନା କର୍ତ୍ତୃପକ୍ଷ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ଶ୍ୟାମା ୨୦୦୨ ଜାନୁଆରି ୨୬ରେ ଗୁଜୁରାଟରେ ଜନ୍ମଲାଭ କରିଥିଲା। ତାକୁ ନନ୍ଦନକାନନକୁ ଅଣାଯିବା ପରେ ସେ ଏଠାରେ ଆଦୌ ଗର୍ଭଧାରଣ କରି ନଥିଲା। ଶ୍ୟାମାର ମୃତ୍ୟୁ ପରେ ନନ୍ଦନକାନନର ସିଂହ ସଂଖ୍ୟା ୧୭କୁ ହ୍ରାସ ପାଇଛି। ଏମାନଙ୍କ ମଧ୍ୟରେ ୮ଟି ଅଣ୍ଡିରା ଓ ୯ଟି ମାଈ ରହିଛନ୍ତି। ସେଗୁଡ଼ିକ ମଧ୍ୟରୁ ୮ଟି ଏସୀୟ, ୨ଟି ଆଫ୍ରିକୀୟ ଓ ୭ଟି ହାଇବ୍ରିଡ୍ ବା ବର୍ଣ୍ଣଶଙ୍କର।
ନନ୍ଦନକାନନରେ ସିଂହୀ ଶ୍ୟାମାର ମୃତ୍ୟୁ
/sambad/media/post_attachments/wp-content/uploads/2022/04/26-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)