ଭୁବନେଶ୍ୱର: ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ରୁଷିଆରେ ଅବସ୍ଥିତ ମାଉଣ୍ଟ୍ ଏଲବ୍ରସ୍ (୫,୬୪୨ ମିଟର/୧୮,୫୧୦ ଫୁଟ) ଆରୋହଣରେ ସଫଳ ହୋଇଛନ୍ତି ଓଡ଼ିଆ ଝିଅ ଲିପିକା ସେଠ୍। ଅନ୍ୟ ଦୁଇ ବିଦେଶୀ ସାଥୀଙ୍କ ସହିତ ଏହି ଅଭିଯାନରେ ଯାଇଥିବା ଉଦୀୟମାନ ଲିପିକାଙ୍କ ଘର ବରଗଡ଼ ଜିଲ୍ଲା ଡଲାବ୍ରେ। ଏହି ସଫଳତା ହାସଲ କରି ଲିପିକା ବରଗଡ଼ ଜିଲ୍ଲା ସହିତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତେବେ ସଫଳତାର ସହ ଶୃଙ୍ଗ ଚଢି ଏବେ ଓଡିଶା ଫେରିଆସିଛନ୍ତି ଲିପିକା | ଲକ୍ଷ୍ମଣ ସେଠ୍ ଏବଂ ଅନୁସୟା ସେଠଙ୍କ କନ୍ୟା ଲିପିକା ସେପ୍ଟେମ୍ବର ୨୮ରେ ଏହି ଅଭିଯାନରେ ବାହାରିଥିଲେ। ୫ ତାରିଖ ରୁଷୀୟ ସମୟ ରାତି ୧ଟାରେ ଆଡଭାନ୍ସ ବେସ୍କ୍ୟାମ୍ପ୍ ଛାଡ଼ି ସକାଳ ୯ଟାରେ ଶିଖରରେ ପହଞ୍ଚି ଗୋଟିଏ ଘଣ୍ଟା ବ୍ୟବଧାନରେ ସାଥୀମାନଙ୍କୁ ପଛରେ ପକାଇ ଦେଇଥିଲେ।
/sambad/media/post_attachments/wp-content/uploads/2019/11/73157422_541529236611891_3651768146395660288_n.jpg)
ଏଲବ୍ରସ୍ ଶିଖରରେ ଜାତୀୟ ପତାକା ଉଡ଼ାଇବା ସହ ଜାତୀୟ ସଂଗୀତ ଗାଇବାର ଗୌରବ ପାଇଥିଲେ। ମନ୍ଥର ଚାଲିବା କାରଣରୁ ଲିପିକାଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଅଭିଯାନରୁ ଓହରିଯିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଦୃଢ଼ମନା ଏହି ବରଗଡ଼ ଝିଅ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ମାଉଣ୍ଟ୍ ଏଲବ୍ରସ ହେଉଛି ୟୁରୋପ ମହାଦେଶର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ ।
ମାଉଣ୍ଟ୍ ଏଲବ୍ରସ ବିଜୟୀ ହେବା ପରେ ଆସନ୍ତା ଡିସେମ୍ୱର ମାସରେ ଆମେରିକାର ସବୁଠାରୁ ଉଚ୍ଚତମ ଗିରିଶୃଂଗ ଆକାନକାଗୁଆ ଯାହାର ଉଚତା ୬ ହଜାର ୯୬୨ ମିଟର ,ତାକୁ ଆରୋହଣ କରିବା ଯୋଜନା ରଖିଛନ୍ତି । ପୂର୍ବରୁ ସେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଗିରିଶୃଂଗ କିଲମାଞ୍ଜାରୋକୁ ଆରୋହଣ କରିବାରେ ସଫଳତା ହାସଲ କରିଥିଲେ । ମାଉଣ୍ଟ ଏଲବ୍ରସ ଆରୋହଣରେ ଲିପିକା ହୋଇଛନ୍ତି ରାଜ୍ୟର ଅଷ୍ଟମ ପର୍ବାତାରୋହୀ । ପୂର୍ବରୁ ସ୍ବର୍ଗତା କଳ୍ପନା ଦାସଙ୍କ ବ୍ୟତୀତ ଯୋଗବ୍ୟାସ ଭୋଇ, ଗଣେଶ ଚନ୍ଦ୍ର ଜେନା, ଦେବୀଦତ୍ତ ପଣ୍ଡା, ଶାନ୍ତିସ୍ବରୂପ ଦାସ, ନୃସିଂହ ଚରଣ ସାହୁ, ମଧୁସୂଦନ ପଟ୍ଟେଦାର ଏହି କୃତିତ୍ବ ଅର୍ଜନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Lipika_Thumbnail.jpg)