ଚୀନରେ କରୋନାର ଭୟାବହ କାହାଣୀ କହିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଚୀନରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା । ବିଶ୍ୱରେ ଏବେ ଏହି ଭାଇରସ ଆତଙ୍କ ଖେଳାଇଛି । ଏହି ସମୟରେ ୟୁନାନର ଡାଲି ବିଶ୍ୱବିଦ୍ୟାଳୟରେ ଏମବିବିଏସ ପଢୁଥିବା ଓଡିଆ ଛାତ୍ରୀ ଲିପ୍ସା ବିକ୍ସିଙ୍କୁ ଚୀନ ଯିବାକୁ ବାରଣ କରାଯାଇଛି । କୋରାପୁଟର କୋଟପାଡରେ ରହୁଥିବା ଲିପ୍ସା ଚୀନରେ ଡାକ୍ତରୀ ପାଠ ପଢ଼ନ୍ତି | ନିଜର ପରୀକ୍ଷା ସରିବା ପରେ ଜାନୁୟାରୀ ୧୯ ତାରିଖରେ ଲିପ୍ସା ଭାରତକୁ ଫେରିଥିଲେ |

ସେତେବେଳେ କିଛି ବିମାନ ସେବା ବାତିଲ ହୋଇଥିବାବେଳେ ଲିପ୍ସା କିନ୍ତୁ ୪ ମାସ ତଳେ ଟିକେଟ କରିଥିବାରୁ ଭାରତ ଫେରିବାରେ ତାଙ୍କର କୌଣସି ଅସୁବିଧା ହୋଇନଥିଲା | ତେବେ ସେ ସମୟରେ ଚୀନର କିଛି ସ୍ଥାନରେ କରୋନା ଭାଇରସର ଆଭାସ ମିଳିଥିବାରୁ ଲିପ୍ସାଙ୍କୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା |

କରୋନା ଭାଇରସ ଯେଭଳି ସଂକ୍ରମଣ ନ ହେବ ସେଥିପାଇଁ ତାଙ୍କୁ ଦୁଇ ଥର ଡାକ୍ତରୀ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥିଲା | ଲିପ୍ସା ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଡାକ୍ତର କହିଛନ୍ତି | ଲିପ୍ପାଙ୍କ ସମେତ ଡାଲି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଡାକ୍ତରୀ ଯାଂଚ ପରେ ଭାରତକୁ ସୁରକ୍ଷିତ ଫେରିଆସିଛନ୍ତି ।

ସମ୍ବନ୍ଧିତ ଖବର