ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦେଶ କ୍ରମେ ନୀଳଗିରି ଥାନାର କଦାମସାହି ଗାଁରେ ଚଢଉ କରାଯାଇଥିଲା। ଏଠାରୁ ୫୪.୨୮୦ ଲିଟର ନକଲି ବିଦେଶୀ ମଦ ଏବଂ ୧୮.୮୫୦ଲିଟର ବିୟର ଜବତ କରାଯାଇଥିବାର ସୂଚନା ହସ୍ତଗତ ହୋଇଛି।
ଅବକାରୀ ବିଭାଗର କର୍ମଚାରୀ ଚନ୍ଦ୍ରମୋହନ ସେଠୀ, ଏସ.କେ କାଲିମ, ପ୍ରହଲ୍ଲାଦ ବିଶ୍ବାଳ, ଅଞ୍ଜନ କୁମାର ଜେନା, ଭାସ୍କର ବେହେରା ଓ ସନ୍ତୋଷ କୁମାର ବେହେରା ପ୍ରମୁଖ ଚଢଉ କରିଥିଲେ। ଏହି ମାମଲାରେ ହରିଶ୍ଚନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କୁ ନୀଳଗିରି ଏସଡିଜିଏମ୍ କୋର୍ଟକୁ ଚାଲାଣ କରାଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/liq-1.jpg)