ନିର୍ବାଚନ ଆଚାର ସଂହିତା ଲାଗୁ ସମୟରେ ଚଢ଼ଉ, ବାଲେଶ୍ୱରରୁ ଜବତ ହୋଇଛି ୭୦ ହଜାର ଲିଟରରୁ ଅଧିକ ମଦ

ଭୁବନେଶ୍ୱର: ଜୋରସୋରରେ ଚାଲିଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର। ଭଳିକି ଭଳି ପ୍ରତିଶ୍ରୁତି ଦେଇ ଏବେ ଭୋଟରଙ୍କ ମନ ଜିତିବାକୁ ପ୍ରୟାସ କରୁଛନ୍ତି ନେତା। ତେବେ ନିର୍ବାଚନ ପୂର୍ବରୁ ଧରପଗଡ଼ ବେଳେ ଧରାପଡିଛି ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ। ନିର୍ବାଚନ ଆଚାର ସଂହିତା ଲାଗୁ ହେଵା ପରେ ପୁଲିସ ପକ୍ଷରୁ ଜୋରଦାର ଚଢ଼ଉ କରାଯାଇଛି। ସମଗ୍ର ରାଜ୍ୟରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ, ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ରାଜ୍ୟ ପୁଲିସ ପକ୍ଷରୁ ନିର୍ବାଚନ କମିସନଙ୍କୁ ଦିଆଯାଇଥିବା ତଥ୍ୟ ମୁତାବକ ଜାନୁଆରି ୧୯ରୁ ଫେବ୍ରୁଆରି  ୬ ତାରିଖ ମଧ୍ୟରେ ହୋଇଥିବା ଚଢ଼ାଉରେ ବାଲେଶ୍ୱରରୁ ସର୍ବାଧିକ ୭୦ ହଜାର ୫୩୬ ଲିଟର ମଦ ଜବତ କରାଯାଇଥିବା ବେଳେ ସମୁଦାୟ ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ ସମଗ୍ର ରାଜ୍ୟରୁ ଜବତ କରାଯାଇଛି |

ଅର୍ଥାତ ୧୫ ଦିନରେ ଧରାପଡିଲାଣି ୧ ଲକ୍ଷ ଲିଟରରୁ ଅଧିକ ମଦ ଜବତ କରାଯାଇଛି | ସେହିପରି ରାଉରକେଲାରୁ ସର୍ବାଧିକ ୮ଟି ବନ୍ଧୁକ, ଗଂଜାମରୁ ୭ଟି ବେଆଇନ ବନ୍ଧୁକ ଜବତ କରାଯାଇଛି | ସମଗ୍ର ରାଜ୍ୟରୁ ସମୁଦାୟ ୨୭ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ୱାରେଣ୍ଟ ଥିବା ୧୪୯୨ ଜଣଙ୍କୁ ଧରାଯାଇଛି।

ସମ୍ବନ୍ଧିତ ଖବର