ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୩୬୪ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫୨୮୮ ଜଣଙ୍କୁ ଅଟକ ରଖାଯାଇଛି। ୫୫୧୯ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୨୫୦ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୫.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୧୫୯୨୫୩.୯୧୩ ବଲ୍କ ଲିଟର ମଦ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୧୩ ଲକ୍ଷ ୪୨ ହଜାର ୭୦୯ ଟଙ୍କା। ଫ୍ଲାଇଂ ସ୍କ୍ଵାଡ୍ ଓ ପୁଲିସ ଦ୍ୱାରା ଆଜି ପର୍ଯ୍ୟନ୍ତ ସମୁଦାୟ ୩ କୋଟି ୭୫ ଲକ୍ଷ ୨୧ ହଜାର ୩୮୦ ଟଙ୍କା ଜବତ ହୋଇଛି। ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୬୩ ଲକ୍ଷ ୭୨ ହଜାର ୫୯୫ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୪ ଲକ୍ଷ ୬୬ ହଜାର ୮୩୮ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରି ଦିଆଯାଇଛି।
ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୧୩୦୪ଟି କଲ୍ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି। ଆଜି ପର୍ଯ୍ୟନ୍ତ ଭୋଟର ହେଲ୍ପ ଲାଇନ ନଂ-୧୯୫୦କୁ ସମୁଦାୟ ୧୭୨୭୧ଟି କଲ୍ କରାଯାଇ ସୂଚନା ମାଧ୍ୟମରେ ଅଭିଯୋଗ ଗ୍ରହଣ ସହ ସମାଧାନ କରାଯାଇଛି।