ରାଜ୍ୟର ଅଧିକା˚ଶ ଜିଲ୍ଲାରେ ମଦ ହୋମ୍‌ ଡେଲିଭରି ଆରମ୍ଭ

କଟକ : ଆଜିଠାରୁ ରାଜ୍ୟର ଅଧିକା˚ଶ ଜିଲ୍ଲାରେ ମଦର ଅନଲାଇନ୍‌ କାରବାର ଆରମ୍ଭ ହୋଇଯାଇଛି। କଟକ ଓ ଭୁବନେଶ୍ବରରେ ଏମଜିକ୍ୟୁ ଛାଡ଼ କରିବାକୁ ସ˚ଘର ଯେଉଁ ଦାବି ଥିଲା, ସେସବୁ ସମାଧାନ କରାଯାଇଛି। ଆସନ୍ତାକାଲିଠାରୁ ରାଜ୍ୟର ୨ ହଜାର ପାଖାପାଖି ଅଫ୍‌ ଓ ଅନ୍‌ ସପ୍‌ ଖୋଲିବା ନେଇ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ପ୍ରଥମ ଦିନରେ ରାଉରକେଲା, ଭବାନୀପାଟଣା, ନବରଙ୍ଗପୁର, ନୟାଗଡ଼, ବାଲେଶ୍ବର, ଢେଙ୍କାନାଳ, ପୁରୀ, ସମ୍ବଲପୁର ଇତ୍ୟାଦି ଜିଲ୍ଲାରେ ମଦର ହୋମ୍‌ ଡେଲିଭରି କରାଯାଇଛି। କଟକ ବାଦାମବାଡ଼ିର ଏକ ରେଷ୍ଟୁରାଣ୍ଟ୍‌ ଏବ˚ ସାଲେପୁରରେ ମଦ ହୋ୍‌ମ ଡେଲିଭରି ମାଧ୍ୟମରେ ବିକ୍ରି କରାଯାଇଛି। କଟକ ଓ ଭୁବନେଶ୍ବରରେ ମଦ ମାଲିକଙ୍କ ଏମଜିକ୍ୟୁ ଛାଡ଼ ପାଇଁ ଯେଉଁ ଦାବି ଉଠିଥିଲା, ସେ ସବୁ ଆଜି ସମାଧାନ ହୋଇଯାଇଛି। ଆସନ୍ତାକାଲି ଓଡ଼ିଶାର ସମସ୍ତ ଜିଲ୍ଲାରେ ମଦ କାରବାର ଆରମ୍ଭ ହେବ। ଏମଜିକ୍ୟୁ ଛାଡ଼ କରିବାକୁ ଯେଉଁ ଦାବି କରାଯାଉଥିଲା ଉପଯୁକ୍ତ ଫୋରମରେ ଏ ସ˚କ୍ରାନ୍ତରେ ଆଲୋଚନା କରାଯିବ। ଜୋମାଟୋ ଏବ˚ ସ୍ବିଗିକୁ ଏନ୍‌ଓସି ଦିଆଯାଇଥିବା ବେଳେ ସେମାନେ ରିଟେଲର‌୍‌ଙ୍କ ସହିତ ଆଲୋଚନା କରି କାରବାର ଆରମ୍ଭ କରିବା ନେଇ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର