ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସମୟରେ ରାଉରକେଲାର ଉଦିତନଗର ଓଭରବ୍ରିଜରେ ଚୋରା ମଦ ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଥିବା ଜଣାଯାଇଛି।

Advertisment

ଆଗରୁ ଏ ବିଷୟରେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଘଟଣାସ୍ଥଳରୁ ପ୍ରାୟ ୧୦୮୦ ଲିଟର ମଦ ଜବତ ହୋଇଛି। ଏହି ମଦ ବେଆଇନ ଭାବେ ବିଶ୍ରା ଥାନାଠାରୁ ପ୍ରାୟ ୩୦ କିଲୋମିଟର ଦୂରସ୍ଥ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଅଙ୍କୁରପାଲି କାରିଛାପଲରେ ପ୍ରସ୍ତୁତ କରାଯାଇ ରାଉରକେଲାର ବାସନ୍ତୀ କଲୋନିର ମାଲଗୋଦାମ ବସ୍ତିକୁ ଆସୁଥିବାର ସୂଚନା ମିଳିଛି। ମଦ ଏବଂ ବୋଲେରୋ (ନଂ- ଓଆର୍ ୧୪ କ୍ୟୁ-୭୪୯୩) ଜବତ ହେଇଛି। ମାତ୍ର ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିବା କୁହାଯାଉଛି।

publive-imageସୂଚନାଯୋଗ୍ୟ ତିନିଦିନ ତଳେ ଅନୁରୂପ ଭାବେ ରାଉରକେଲାରେ ୬୪୦ ଲିଟର ଚୋରା ମଦ ଜବତ କରାଯାଇଥିଲା।