ଭୁବନେଶ୍ବର : ଚୋରାରେ ମଦ କାରବାର କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୫୦ହଜାର ଟଙ୍କାର ବିଦେଶୀ ମଦ ଜବତ କରିଛି। ସେମାନଙ୍କଠାରୁ ବିଭିନ୍ନ ବ୍ରାଣ୍ଡର ୧୪୮ ବୋତଲ ମଦ ସହ ଏକ କାର୍ ଓ ଦୁଇଟି ମୋବାଇଲ୍ ମଧ୍ୟ ଜବତ ହୋଇଛି।
ଗିରଫ ଅଭିଯୁକ୍ତଦ୍ବୟ ହେଲେ, ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିର ଶିବନାଥ ଶର୍ମା ଓ ଆଇଗିଣିଆର ପ୍ରତାପ କୁମାର ବାବୁ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଛି।