ଖୋର୍ଦ୍ଧା: କୋଭିଡ-୧୯ ମହାମାରୀ ପ୍ରତିରୋଧ ଅଭିଯାନରେ ଗୃହାବଦ୍ଧ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଜି ଖୋର୍ଦ୍ଧା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨ଟି ଥାନା ଅଧୀନରୁ ୧୩ ଲକ୍ଷ ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି।
/sambad/media/post_attachments/wp-content/uploads/2020/04/Liquor-and-hooch-seized-khordha-ପ-300x225.jpeg)
ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଜଙ୍କିଆ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ବେଆଇନ ମଦ ଚାଲାଣ କରୁଥିବା ବେଳେ ଏକ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍କୁ ଧରିଥିଲେ। ଏଥିରୁ ୧୦୭୮ଲିଟର ବିଦେଶୀ ମଦ ଓ ୩୦ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଏନେଇ ରାଜ୍ୟ ଅବକାରୀ ଆଇନ ଧାରାରେ ୭୨/୨୦୨୦ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।
ସେହିଭଳି ଟାଙ୍ଗୀ ପୁଲିସ୍ ପକ୍ଷରୁ ଚଢ଼ଉ କରାଯାଇ ଜଣକୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୧୩୫ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୫୦ହଜାର ଟଙ୍କା ହେବ। ଏନେଇ ଅବକାରୀ ଦଫାରେ ୯୬/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Liquor-and-hooch-seized-khordha-ତ.jpeg)