ବିଜେଡି-ବିଜେପି ଷ୍ଟାର୍‌ ପ୍ରଚାରକ ତାଲିକା ଜାରି

ବିଜେଡି ତାଲିକାରୁ ଅନୁଭବ ଆଉଟ୍‌
ବିଜେପି ତାଲିକାରେ ଓଡ଼ିଶାର ଦୁଇ ମନ୍ତ୍ରୀ
ପୂର୍ବଥର ଭଳି ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନାହିଁ

ଭୁବନେଶ୍ୱର : ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ପାଇଁ ଆଜି ଉଭୟ ବିଜେଡି ଓ ବିଜେପି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ବିଜେପି ତାଲିକାରେ ରାଜ୍ୟ ବାହାରର କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇନାହିଁ। ବିଜେଡି ତାଲିକାେର ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତି ନାହାନ୍ତି। ଉଭୟ ଦଳ ତାଲିକାରେ ୩୦ ଜଣ ଲେଖାଏଁ ନେତାଙ୍କ ନାମ ରହିଛି।

ବିଜେଡି ପ୍ରାର୍ଥୀଙ୍କ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ଯାଇପାରନ୍ତି। ତାଙ୍କ ବ୍ୟତୀତ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଂଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ ଅଛନ୍ତି। ଏମାନଙ୍କ ବ୍ୟତୀତ ତାଲିକାରେ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ପ୍ରତାପ ଜେନା, ନବ କିଶୋର ଦାସ, ସୁଶାନ୍ତ ସିଂହ, ଡାକ୍ତର ରାଜଶ୍ରୀ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କୁମା ଜେନା, ନିରଞ୍ଜନ ପୂଜାରୀ, ପ୍ରେମାନନ୍ଦ ନାୟକ, ଦେବାଶିଷ ସାମନ୍ତରାୟ, ଦିବ୍ୟ ଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରବୀନ୍ଦ୍ର କୁମାର ଜେନା, ପ୍ରଶାନ୍ତ କୁମାର ମୁଦୁଲି, ରଘୁନନ୍ଦନ ଦାସ, ସୁଦାମ ମାରାଣ୍ଡି ଅଛନ୍ତି। ରାଜ୍ୟସଭା ସାଂସଦ ତଥା ଚଳଚ୍ଚିତ୍ର ତାରକା ମୁଜିବୁଲ୍ଲା ଖାଁକୁ ବି ସାମିଲ କରାଯାଇଛି। ଚଳଚ୍ଚିତ୍ର ତାରକା ଆକାଶ ଦାସ ନାୟକ, ଅରିନ୍ଦମ ରାୟ ଏବଂ ସତ୍ୟବ୍ରତ ତ୍ରିପାଠୀ (କୁନା)ଙ୍କ ନାମ ରହିଛି। ସଂପ୍ରତି ଅନୁଭବ ପାରିବାରିକ ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ଥିବା କାରଣରୁ ତାଙ୍କୁ ସାମିଲ କରାଯାଇନାହିଁ େବାଲି ରାଜନୈତିକ ମହଲ ବିଚାର କରୁଛନ୍ତି। ଗତ କିଛି ବର୍ଷ ଧରି ବିଜେଡି ତାଙ୍କୁ ସବୁ ନିର୍ବାଚନରେ ପ୍ରମୁଖ ଷ୍ଟାର ପ୍ରଚାରକ ଭାବେ ବ୍ୟବହାର କରି ଆସୁଥିଲା।

ସେହିପରି ବିଜେପି ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଓଡ଼ିଶା ସଂଗଠନ ଦାୟିତ୍ବରେ ଥିବା ସୌଦାନ ସିଂହ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାମ ରହିଛି। ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, କନକ ବର୍ଧନ ସିଂହଦେଓ, ମନମୋହନ ସାମଲ, ବିଶେଶ୍ବର ଟୁଡୁ, ଡାକ୍ତର ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ଅଶ୍ବିନୀ ବୈଷ୍ଣବ, ବିଷ୍ଣୁ ସେଠୀ, ବିଜୟ ମହାପାତ୍ର, ମହାମେଘବାହନ ଐର ଖାରବେଳ ସ୍ବାଇଁ, ପ୍ରକାଶ ମିଶ୍ର, ମୋହନ ଚରଣ ମାଝୀ, ସୁକାନ୍ତ କୁମାର ନାୟକ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟ ନାରାୟଣ ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ଭ୍ରୁଗୁ ବକ୍ସିପାତ୍ର ଏବଂ ବିଭୁ ପ୍ରସାଦ ତରାଇଙ୍କ ନାମ ରହିଛି। ପୂର୍ବରୁ ବିଜେପିର ମାଳ ମାଳ କେନ୍ଦ୍ରମନ୍ତ୍ରୀ ଆସି ନିର୍ବାଚନ ପ୍ରଚାର କରୁଥିଲେ। ବିଜେପୁର ନିର୍ବାଚନରେ ବିଜେପି ଏମିତି ସ୍ଥିତି ଉପୁଜାଇଥିଲା ଯେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି େହାଇଥିଲା। ହେଲେ ଏଥର ରାଜ୍ୟସ୍ତରର ପ୍ରାୟ ନେତାଙ୍କୁ ନେଇ ଉପନିର୍ବାଚନ ଲଢିବାକୁ ଦଳ ସ୍ଥିର କରିଛି।

ସମ୍ବନ୍ଧିତ ଖବର