ଦୁଇ ଦିନ ଭିତରେ ବିଜେପିର ପ୍ରାର୍ଥୀ ତାଲିକା, ପଞ୍ଚାୟତ ନିର୍ବାଚନ ପାଇଁ ଖୋଲିଲା କଣ୍ଟ୍ରୋଲ୍‌ ରୁମ୍‌

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ବିଜେପିର ପ୍ରାର୍ଥୀ ନିର୍ଦ୍ଧାରଣ ସରିଛି। ଦିନେ ଦୁଇ ଦିନ ଭିତରେ ଏହା ପ୍ରକାଶ ପାଇବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନକୁ ପରିଚାଳନା କରିବା ପାଇଁ ବିଜେପି ପକ୍ଷରୁ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ଆଜି ଶ୍ରୀ ମହାନ୍ତି ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ କଣ୍ଟ୍ରୋଲ୍‌ ରୁମ୍‌ ଏକ ସେତୁ ପରି କାମ କରିବ। ଆସନ୍ତା ଦୁଇ ଦିନ ଭିତରେ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅଥଚ ରାଜନୈତିକ ଦଳଗୁଡ଼ିକୁ ଭୋଟର୍‌ ତାଲିକା ଯୋଗାଇ ଦିଆଯାଇ ନାହିଁ। ରାଜ୍ୟ ନିର୍ବାଚନ କମିସନ୍‌ ବିଭିନ୍ନ ପ୍ରକାର ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ବୋଲି ଘୋଷଣା ହେଉଛି। କିନ୍ତୁ ବ୍ଲକ୍‌ ସ୍ତରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବହୁ ଅଭିଯୋଗ କରୁଛନ୍ତି। ଏହି କଣ୍ଟ୍ରୋଲ୍‌ ରୁମ୍‌କୁ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌ ଓ ପଞ୍ଚାୟତରୁ ଆସୁଥିବା ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗୁଡ଼ିକ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

ସମ୍ବନ୍ଧିତ ଖବର