ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଘୋଷିତ: ନବୀନ ସବୁଠୁ ଧନୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୨୧ ମନ୍ତ୍ରୀ ନିଜର ସଂପତ୍ତି ତାଲିକା ଘୋଷଣା କରିଛନ୍ତି। ସିଏମ୍‌ଓ ୱେବ୍‌ସାଇଟ୍‌ରେ ସମସ୍ତଙ୍କ ସଂପତ୍ତି ତାଲିକା ଉପଲବ୍ଧ ହୋଇଛି। ମନ୍ତ୍ରିମଣ୍ଡଳରେ ନବୀନ ସବୁଠାରୁ ଧନୀ ହୋଇଥିବା ବେଳେ ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ତାଙ୍କ ସଂପତ୍ତି (ସ୍ଥାବର, ଅସ୍ଥାବର)ର ମୂଲ୍ୟ ରହିଛି ୬୪କୋଟି ୯୭ଲକ୍ଷ ୮୯ହଜାର ୨୨୦ ଟଙ୍କା। ତେବେ ହାତ ଗଣତି କିଛି ମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟମାନେ କୋଟିପତି। ନବୀନଙ୍କ ପରେ ଦ୍ବିତୀୟ ଧନୀ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ମୁଖ୍ୟମନ୍ତ୍ରୀ ଦେଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ୭୨ଲକ୍ଷ ଟଙ୍କା, ଭୁବନେଶ୍ବରସ୍ଥିତ ଏସ୍‌ବିଆଇରେ ୨୧ଲକ୍ଷ ୭୧ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଏସ୍‌ବିଆଇରେ ୭ହଜାର ୭୪ଟଙ୍କା ଓ ଅନ୍ୟ ଏକ ଆକାଉଣ୍ଟରେ ୧୪ହଜାର ୪୮୮ ଟଙ୍କା ରହିଛି। ସେହିପରି ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧,୧୧,୨୬,୩୭୯କୋଟିର ଏଫ୍‌ଡି ରହିଛି।

ସଂପତ୍ତି ମୂଲ୍ୟ ୬୫ କୋଟି, ବିକ୍ରି ହୋଇଛି ଫରିଦାବାଦ ଫାର୍ମ ହାଉସ୍
ନବଙ୍କ ସମ୍ପତ୍ତି ୩୦ କୋଟି, ଅଛି ୬୫ଟି ଗାଡ଼ି, ପ୍ରଫୁଲ୍ଲ ମଲ୍ଲିକ ସବୁଠାରୁ ଗରିବ

୯କୋଟି ଟଙ୍କାର ଆରବିଆଇ ବଣ୍ଡ ଓ ପୋଷ୍ଟ ଅଫିସ୍‌ ୧କୋଟି ଟଙ୍କାର ଟର୍ମ ଡିପୋଜିଟ୍ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩,୪୫,୩୩୬ ଟଙ୍କାର ସୁନାଗହଣା ଥିବାବେଳେ ୧୯୮୦ ମସିହାର ଏକ ଆମ୍ବାସଡର କାର ଅଛି। ଯାହାର ବର୍ତମାନ ମୂଲ୍ୟ ୬୪୩୬ ଟଙ୍କା। ମୋଟ ୬୪ କୋଟି ଟଙ୍କାର ସଂପତ୍ତି ମଧ୍ୟରୁ ୫୨କୋଟିରୁ ଅଧିକ ପୈତୃକ ସଂପତ୍ତି ରହିଛି। ଭୁବନେଶ୍ବରସ୍ଥିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ତୃତୀୟାଂଶ ସେୟାର ଅଛି। ଯାହାର ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କା। ଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କଲାମ ରୋଡରେ ଥିବା ସଂପତ୍ତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି। ଯାହାର ବର୍ତମାନ ମୂଲ୍ୟ ୪୩କୋଟି ୩୬ଲକ୍ଷ ୧୮ହଜାର ଟଙ୍କା ହେବ। ତେବେ ୨୦୨୦ ମସିହାରେ ନବୀନଙ୍କ ଫରିଦାବାଦରେ ଏକ ଫାର୍ମ ହାଉସ୍ ଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ୭୫ଲକ୍ଷ ୫୧ହଜାର ଟଙ୍କା। ଏହି ଫାର୍ମ ହାଉସକୁ ନବୀନ ବିକ୍ରି କରି ଦେଇଛନ୍ତି।

The Indian Express

ମନ୍ତ୍ରୀମଣ୍ଡଳରେ ଦ୍ବିତୀୟ ଧନୀ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ପତ୍ନୀଙ୍କ ନାଁରେ ୬୫ଟି ଗାଡ଼ି ରହିଛି। ସମସ୍ତ ଗାଡି କମର୍ସିଆଲ୍ ବୋଲି ଦର୍ଶାଯାଇଛି। ଏହି ଗାଡ଼ି ମଧ୍ୟରୁ କେବଳ ୨୦୨୧ ମସିହାରେ ୧୮ଟି ଗାଡ଼ି କିଣାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ମୂଲ୍ୟ ୬କୋଟିରୁ ଅଧିକ। ତାଙ୍କ ପାଖରେ କାର୍‌ ନ ଥିବାବେଳେ ସାଢ଼େ ୩ଲକ୍ଷ ଟଙ୍କାର ଅଳଙ୍କାର ଅଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ କୋଟିପତି। ତାଙ୍କ ପାଖରେ ୩ଟି କାର୍‌ ଅଛି। ଯାହାର ମୂଲ୍ୟ ୪୩ଲକ୍ଷ ଟଙ୍କା। ଏହାସହ ୨୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନିଜ ପାଖରେ ନଗଦ ୫ଲକ୍ଷ ଟଙ୍କା ଅଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସଂପତ୍ତି ମୂଲ୍ୟ ୨କୋଟିରୁ ଅଧିକ। ଏଥିରେ ଉଭୟ ପୈତୃକ ଓ ନିଜସ୍ବ ସଂପତ୍ତି ରହିଥିବା ଦର୍ଶାଯାଇଛି।

twitter.com

ଅପରପକ୍ଷରେ, ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଗରିବ ହେଉଛନ୍ତି ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ତାଙ୍କ ମୋଟ ସଂପତ୍ତି ମୂଲ୍ୟ ୪୨ଲକ୍ଷ। ତାଙ୍କ ନିକଟରେ କୌଣସି କାର୍‌ ନ ଥିବା ବେଳେ ଅଢ଼େଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଂପତ୍ତି ମୂଲ୍ୟ ୭୦ଲକ୍ଷରୁ ଅଧିକ। ତାଙ୍କ ପାଖରେ ୨୧ଲକ୍ଷ ଟଙ୍କା ମୂଲ୍ୟର ଇନୋଭା କାର ଓ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଥିବା ସେ ଦର୍ଶାଇଛନ୍ତି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସଂପତ୍ତି ମୂଲ୍ୟ ଦେଢ଼ କୋଟିରୁ ଅଧିକ ରହିଛି। ଏଥିରେ‌ ୧.୧୦କୋଟି ମୂଲ୍ୟର ପୈତୃକ ସଂପତ୍ତି ସହିତ ୯ଲକ୍ଷ ଟଙ୍କାର ଅଳଙ୍କାର, ୨ଟି ଗାଡ଼ି ରହିଛି। ବ୍ୟାଙ୍କରୁ ସାଢ଼େ ୬ଲକ୍ଷ ଟଙ୍କାର ସେ ଲୋନ୍ କରିଛନ୍ତି।

ସମ୍ବନ୍ଧିତ ଖବର