ଭୁବନେଶ୍ବର : ବୁଧବାର ଦିନ ରାଜ୍ୟର ତିନି ମହାନଗର ନିଗମ ବିଏମ୍ସି, ସିଏମ୍ସି ଓ ବିଇଏମ୍ସିର କମିସନର ସେମାନଙ୍କ ମହାନଗର ନିଗମର ଚିଠା ଆସନ ସଂରକ୍ଷଣ ତାଲିକା ଏବଂ ସୀମା ପୁନଃନିର୍ଦ୍ଧାରଣ ତାଲିକା ନଗର ଉନ୍ନୟନ ବିଭାଗକୁ ଦେଇଛନ୍ତି। ପୌର ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରହିବନି ବୋଲି ରାଜ୍ୟ ସରକାର ଡିସେମ୍ବର ୩୦ରେ ଏକ ଅଧ୍ୟାଦେଶ ଆଣି ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ, ୧୯୫୦ରେ ସଂଶୋଧନ କରିଥିଲେ। ଏ ସଂକ୍ରାନ୍ତୀୟ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମହାନଗର ନିଗମ କର୍ତ୍ତୃପକ୍ଷ ଆଜି ସେମାନଙ୍କ ଅଞ୍ଚଳର ସଂଶୋଧିତ ଆସନ ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣର ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ପଠାଇଛନ୍ତି। ଜାନୁଆରି ୭ରେ ବିଭାଗ ପକ୍ଷରୁ ଏହା ଉପରେ ପ୍ରସ୍ତାବ ଓ ଅଭିଯୋଗ ମଗାଯିବ। ଜାନୁଆରି ୧୬ ସୁଦ୍ଧା ଲୋକମାନେ ସେମାନଙ୍କ ଅଭିଯୋଗ ଦାଖଲ କରିବେ ବୋଲି କୁହାଯାଇଛି।
ତିନି ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ତାଲିକା
/sambad/media/post_attachments/wp-content/uploads/2021/12/evm.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)