ଆଜି ସାହିତ୍ୟିକ ଚନ୍ଦ୍ରଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ

ଭୁବନେଶ୍ବର : ଏ ବର୍ଷ ବରେଣ୍ୟ ସାହିତ୍ୟିକ ଚନ୍ଦ୍ରଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ ପ୍ରଦାନ କରିବେ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ। ପ୍ରଫେସର ଦେବେନ୍ଦ୍ର କୁମାର ଦାଶ, ବିଶିଷ୍ଟ ସାହିତ୍ୟ ଗବେଷକ ଓ ସମାଲୋଚକ ଏବଂ ତାଙ୍କ ସହ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ, ବିଦଗ୍ଧ ପାଠକ ଓ ଶିଶୁ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମ ସଂଚାଳନ କରିବେ ଗାଳ୍ପିକା ଡ଼. ପ୍ରବୀଣା ମହାନ୍ତି ।

ଏ ଅବସରରେ ଦୁଇଟି ବିଶେଷ ପୁସ୍ତକ ପୁସ୍ତକ ଲୋକାର୍ପଣ ହେବ। ଚନ୍ଦ୍ରଶେଖର ରଥଙ୍କ ନିର୍ବାଚିତ ଗଳ୍ପ: ଓଡ଼ିଆରୁ ଇଂରାଜୀ। ଅନୁବାଦ କରିଛନ୍ତି ଶ୍ରୀ ଦୁର୍ଗାପ୍ରସାଦ ମିଶ୍ର। ଇରସ ଓ ଥାନାଟସ ଶ୍ରୀ ଶଶିଭୂଷଣ ରଥଙ୍କ ଇଂରାଜୀ କବିତା ସଂକଳନ। ୨୬ ତାରିଖ ଶନିବାର ଦିନ ବୁଦ୍ଧ ମନ୍ଦିର ସମ୍ମେଳନ କକ୍ଷରେ ଅପରାହ୍ନ ୪ଟାରେ ଏହି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଚନ୍ଦ୍ରଶେଖର ରଥ ଫାଉଣ୍ଡେସନର ଆବାହକ ଶଶିଭୂଷଣ ରଥଙ୍କଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର