ବିଶିଷ୍ଟ ଲେଖିକା କନକଲତା ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ପ୍ରତିଷ୍ଠିତ ଓଡ଼ିଆ ଲେଖିକା କନକଲତା ମହାନ୍ତିଙ୍କର ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱରର କିମସ୍‌ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ଫେବ୍ରୁଆରି ୧୯ ତାରିଖରେ ଶ୍ୱାସ ଜନିତ କାରଣରୁ ତାଙ୍କୁ କିମସ୍‌ ହସ୍ପିଟାଲ୍‌ର ଭର୍ତ୍ତି କରାଯାଇଥିଲା । ତାଙ୍କର ଚାରି ପୁଅ ଅଛନ୍ତି । ପ୍ରାୟ ୧୦ ବର୍ଷ ତଳେ ତାଙ୍କର ସ୍ୱାମୀ ପ୍ରସନ୍ନ କୁମାର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା ।

ବିଶର ମହାନ୍ତିଙ୍କ ଉପରେ ଏକ ଉପନ୍ୟାସ ଲେଖି କନକଲତା ମହାନ୍ତି ନିକଟରେ ଚର୍ଚ୍ଚାର ପରିଧିକୁ ଆସିଥିଲେ । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ମଧ୍ୟରେ ‘ଏତେ ଅନ୍ଧାର- କେତେ ଜ୍ୱାଳା’ ଏବଂ ‘ଅନୁରାଧା’ ଅନ୍ୟତମ। ୧୯୬୦ ଦଶକରୁ ଲେଖା ଆରମ୍ଭ କରି ଶ୍ରୀମତୀ ମହାନ୍ତି ପ୍ରାୟ ୧୦ରୁ ଅଧିକ ଉପନ୍ୟାସ ଓ ୧୦୦ଟିରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଗଳ୍ପ ରଚନା କରିଛନ୍ତି । ଏହାବ୍ୟତୀତ ତାଙ୍କର ଶ୍ରୀଜଗନ୍ନାଥଙ୍କ ଭକ୍ତି ସଂଗୀତ ଆକାଶବାଣୀରେ ପ୍ରଚାରିତ ହୋଇଛି । ସେ ଜଣେ ଶ୍ରୀମା ଅରବିନ୍ଦଙ୍କ ଭକ୍ତଭାବେ ଜଣାଶୁଣା। ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର