ଭଦ୍ରକ : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ ମସିହା ପାଇଁ ବୟୋଜ୍ୟେଷ୍ଠ ସାରସ୍ବତ ସାଧକମାନଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲାରେ ୩ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ଗାଳ୍ପିକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ରଙ୍କୁ ଚଳିତ ବର୍ଷ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ପ୍ରଫେସର ମହାପାତ୍ର ଇଂରାଜୀ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ଅବସର ନେଇଥିବା ବେଳେ ସେ ଉଭୟ ଇଂରାଜୀ ଓ ଓଡ଼ିଶା ସାହିତ୍ୟ କ୍ଷେତ୍ରରେ ନିଜର ଗଳ୍ପ ଓ କବିତା ରଚନା କରି ସୁନାମ ଅର୍ଜନ କରିଛନ୍ତି। ସେହିପରି ଭଦ୍ରକର ଇରାମ ମାଟିରେ ଜନ୍ମ ଗ୍ରହଣ କରିଥିବା ବିଶିଷ୍ଟ ଶିଶୁ ସାହିତ୍ୟିକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମନୀନ୍ଦ୍ର ମହାନ୍ତିଙ୍କୁ ୨୦୧୯ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାମେଡୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଭଦ୍ରକର ସାବରଙ୍ଗ ନିକଟସ୍ଥ ଆଟୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅବସରପ୍ରାପ୍ତ ଭାରତୀୟ ପ୍ରଶାସିକ ଅଧିକାରୀ ତଥା ବିଶିଷ୍ଟ ସାରସ୍ବତ ସାଧକ ରବି ମହାପାତ୍ରଙ୍କୁ ୨୦୧୯ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଭଦ୍ରକ ଜିଲ୍ଲାରୁ ଏଇ ତିନି ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକଙ୍କୁ ଓଡ଼ିଶା ସାହିତ୍ୟ ଏକାମେଡୀ ସମ୍ବର୍ଦ୍ଧିତ କରିବା ପାଇଁ ଘୋଷଣା କରିଥିବାରୁ ଏଇ ତିନି ସାରସ୍ବତ ସାଧକଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ ତଥା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶଶଧର ଦାସ ଅଭିନନ୍ଦନ ଜଣାଇଥିବା ବେଳେ ଭଦ୍ରକ ଜିଲ୍ଲାର ବହୁ ସାହିତ୍ୟିକ ଏହି ତିନି ବୟୋଜ୍ୟେଷ୍ଠ ସାରସ୍ବତ ସାଧକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଭଦ୍ରକରେ ୩ ବରିଷ୍ଠ ସାହିତ୍ୟିକ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ ହେବ
/sambad/media/post_attachments/wp-content/uploads/2020/03/sahitya-academy-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)