ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନିଝିଅ ଜାହ୍ନବୀ

ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର: ରାଉରକେଲା ସହରର ବାସିନ୍ଦା ତ୍ରିନାଥ ଓରାମଙ୍କର ୩ ବର୍ଷୀୟ ଝିଅ ଜାହ୍ନବୀ ଓରାମ ବାଲ୍ୟାବସ୍ଥାରୁ ବିରଳ ରୋଗରେ ପୀଡ଼ିତ । ଅମ୍ଳଜାନ ସ୍ତର ବାରମ୍ବାର ହ୍ରାସ ପାଇଲେ ଝିଅଟି ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲା । ବାପା-ମା’ଙ୍କ କଥାନୁସାରେ ସଠିକ ପରିମାଣର ଅମ୍ଳଜାନ ନ ମିଳିଲେ ଝିଅଟି ଅସୁସ୍ଥ ହୋଇଯାଏ । ଆଶାୟୀ ବାପା-ମା’ ଦୁହେଁ ଝିଅର ସ୍ୱାସ୍ଥ୍ୟରେ ଗତ ସେପ୍ଟେମ୍ବର ମାସରେ ପରିବର୍ତ୍ତନ ଆଣିବା ପାଇଁ ଭୁବନେଶ୍ଵରସ୍ଥିତ କିମ୍ସ ହସ୍ପିଟାଲକୁ ଦୌଡି ଆସିଥିଲେ । ଡାକ୍ତର ଝିଅଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଚିକିତ୍ସା (ଯାହା ଅତି ସମୟସାପେକ୍ଷ ଅଟେ) କରାଇବାକୁ ପରାମର୍ଶ ଦେଇଥିଲେ ଏବଂ ଏପରି କଲେ ଝିଅଟିର ସ୍ଵାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ ବୋଲି ଜାହ୍ନବୀର ବାପା ମା’ଙ୍କୁ କହିଥିଲେ ।

ବାପା ଓ ମା ଦୁହେଁ ଆର୍ଥିକ ସଙ୍କଟରେ ଥିବାରୁ ଝିଅର ଚିକିତ୍ସା ନିମନ୍ତେ ସାହାଯ୍ୟ କରିବାକୁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା କରାଇବା ପାଇଁ ସମସ୍ତ କାଗଜପତ୍ର ପୂରଣ ପ୍ରକ୍ରିୟାରେ ସଂଯୋଜନା କରିଥିଲେ । ଶେଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଝିଅର ଚିକିତ୍ସା ହୋଇଥିଲା ଏବଂ ଓଡ଼ିଶା ମୋ ପରିବାର ପକ୍ଷରୁ ନିୟମିତ ଝିଅଟିର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝା ଯାଉଥିଲା ।

ବିଗତ ୫ମାସ ପରେ ଜାହ୍ନବୀଙ୍କର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବାରୁ ଗତ ଫେବ୍ରୁଆରି ୯ ତାରିଖରେ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଥିଲେ । ବିଳମ୍ବିତ ରାତି ଓ ରାଉରକେଲା ଫେରିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପଇସା ନଥିବାରୁ ସେ ଓଡ଼ିଶା ମୋ ପରିବାରର ପୁନର୍ବାର ସହାୟତା ଲୋଡିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ଓଡ଼ିଶା ମୋ ପରିବାରର ସଦସ୍ୟମାନେ ବିଳମ୍ବିତ ରାତି ହୋଇଥିଲେ ମଧ୍ୟ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ରାଉରକେଲା ଫେରିବା ପାଇଁ ଯାତାୟାତ ବ୍ୟବସ୍ଥା କରିଥିଲେ । ନିଜର ପରିବାରର ସଦସ୍ୟ ପରି ଅଧ ରାତିରେ ତାଙ୍କୁ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ ।

ସମ୍ବନ୍ଧିତ ଖବର