ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍ଏଫ୍’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍ମାଇନ୍ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସାମଗ୍ରୀଗୁଡ଼ିକ ହେଉଛି ମାଓବାଦୀଙ୍କ ପୋଷାକପତ୍ର, ପଲିଥିନ୍, ମଲ୍ଟିମିଟର୍, ଓ୍ଵାକିଟକି ଇତ୍ୟାଦି।
ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ଥାନୀୟ ‘ବିଏସ୍ଏଫ୍’ ତରଫରୁ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଡ୍ରମ୍ ଭିତରେ ରଖି ପୋତାଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡ୍ମାଇନ୍ ସମେତ ଉପରୋକ୍ତ ସାମଗ୍ରୀ ସବୁକୁ ତଲାସକାରୀ ଯବାନମାନେ ଉଦ୍ଧାର କରିଥିଲେ।
/sambad/media/post_attachments/wp-content/uploads/2021/01/landmine1.jpg)
କିଛି ଗୋଟାଏ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀମାନେ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।
ଶନିବାର ଅପରାହ୍ଣରେ ଉଦ୍ଧାର ହୋଇଥିବା ଅଫୁଟା ଲ୍ୟାଣ୍ଡ୍ମାଇନ୍ଟିକୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପରେ ନିଷ୍କ୍ରିୟ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/landmine.jpg)