ପୁରୀ: ରଥଯାତ୍ରା ସିଧା ପ୍ରସାରଣ ଅଧିକାର ନିଲାମ ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ପୁରୀ ସଚେତନ ନାଗରିକ ମଞ୍ଚର ସଭାପତି ତଥା ଆଇନଜୀବୀ ପ୍ରସନ୍ନ କୁମାର ଦାସ ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ଜରିଆରେ ଏହି ଜନସ୍ୱାର୍ଥ ମାମଲାକୁ ଆଗତ କରିଥିବା ଜଣାଯାଇଛି।
ମାମଲାରେ ଆବେଦନକାରୀ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପକ୍ଷଭୁକ୍ତ କରିବା ସହ ଏହି ଟେଣ୍ଡର ପ୍ରକ୍ରିୟା ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରରେ ବାଧକ ହେବ ବୋଲି ଦର୍ଶାଇ ଏହି ଟେଣ୍ଡର ପ୍ରକ୍ରିୟା ପ୍ରତ୍ୟାହାର କରାଯିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/download-1-13.jpg)