ନବରରଙ୍ଗପୁର: ଜୀବିତ ୧୭ ଶ୍ରମିକଙ୍କୁ ମୃତ ଦର୍ଶାଇ ୩୨ଲକ୍ଷ ୯୦ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗକୁ ନେଇ ଉଠିଥିବା ତୁମ୍ବି ତୋଫାନକୁ ନେଇ ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅପରପକ୍ଷରେ ଆଉ ୫ଟି ଜୀବିତ ବ୍ୟକ୍ତିଙ୍କୁ ମୃତ ଶ୍ରମିକ ବୋଲି  ପରିବାରବର୍ଗଙ୍କ ନାଁ ନେଇ ସେମାନଙ୍କ ଅଗୋଚରରେ କୌଣସି ଦଲାଲଙ୍କ ପକ୍ଷରୁ ଏଭଳି ସହାୟତା ରାଶି ପାଇଁ ଅବେଦନ କରାଯାଇଥିଲା। ଏହି ସବୁ ଅବେଦନ ଜିଲ୍ଲାସ୍ତରରେ ଅନୁମୋଦନ ହେବା ସହ ରାଜ୍ୟସ୍ତରରେ ବି ଅନୁମୋଦିତ ହେବା ସହ ଟଙ୍କା ବି ପଠାଯାଇଥିଲା।  ଜିଲ୍ଲା ଶ୍ରମ ବିଭାଗର ବ୍ୟାଙ୍କ ଆକାଉଣ୍ଟ ଅଧିକା କ୍ରେଡିଟ୍ ଲିମିଟକୁ ଆସିବାରୁ ଓ ଜଣେ ଆବେଦନକାରୀଙ୍କ ଆଧାର ନ ମିଶିବା କାରଣବଶତଃ ଏହା ରିଜେକ୍ଟ  ହେବା ସହ  ଉକ୍ତ ଆବେଦନକାରୀଙ୍କୁ ଟଙ୍କା ମିଳିନି । ତେବେ ଆବେଦନକାରୀ ମାନେ ସଠିକ ତଥ୍ୟ ଦେଇ ଆବେଦନ କରିଛନ୍ତି ନା ନାହିଁ ପୂର୍ବ ଭଳି ଠକାମି କରି ନାହାନ୍ତି ତ ତାହାର ଯାଂଚ କରିଥିଲେ ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀ।

Advertisment

କୋଷାଗୁମୁଡା ବ୍ଲକର କୋଡିଙ୍ଗା ବ୍ଲକର ଡଙ୍ଗାରୀଗୁଡା ଗାଁର ସୁନାଧର ସମରଥ ମୃତ୍ୟୁବରଣ କରିଥିବାକୁ ନେଇ ତାଙ୍କ ପତ୍ନୀ କମଲି ସମଥର ସହାୟତା ପାଇଁ ଆବେଦନ କରିଥିଲେ। କୋଷାଗୁମୁଡା ବ୍ଲକର କୋଡିଙ୍ଗାର ପ୍ରଭାତି ଭତ୍ରାଙ୍କ ମୃତ୍ୟୁ ସହାୟତା ପାଇଁ ତାଙ୍କ ପୁଅ ବିଘ୍ନେଶ୍ବର ଭତ୍ରା , ବଡପୁରର ତୁଲାବତୀ ଗୌଡଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ତ୍ରିଲୋଚନ ଗୌଡ, ନବରଙ୍ଗପୁର ବ୍ଲକ ବାସିନୀର ଦଇମତି ଜାନୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଲୋକନାଥ ଜାନୀ, ପାପାଡାହାଣ୍ଡି ବ୍ଲକର ଖୁଟୁବାଇର କନକ ଦେଇ ଗୌଡଙ୍କ ମୃତ୍ୟୁ ପରେ ତାଙ୍କ ଲଖନ୍ ଗୌଡ ଆବେଦନ କରିଥିଲେ। ତେବେ ଏମାନେ ସବୁ ଜୀବିତ ଥିବା ଗାଁକୁ ଗାଁ ଓ ଘରକୁ ଘର ବୁଲି ଯାଂଚ କରିଥିଲେ  ଏଏଲଓ ସଂଗ୍ରାମ ଭୂମିଆ  , ୱେଲଫେୟାର ସଂଯୋଜକ କେ. ଦିଲ୍ଲେଶ୍ବର ରାଓ, ଡିଇଓ ଅଭିମନ୍ୟୂ ଟାକ୍ରି ଯାଂଚ କରି ଜିଲ୍ଲାଶ୍ରମଅଧିକାରୀଙ୍କୁ ରିପୋର୍ଟ ଦା?ଖଲ କରିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇଛନ୍ତି।  ଏ ନେଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ବି ତୁରନ୍ତ ଯାଂଚ କରି ଉକ୍ତ ଦଲାଲଙ୍କ ବିରୋଧରେ ଥାନାରେ ଏତଲା ଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।