ବାରଦୁଖାନାରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ବାଲିଅନ୍ତା: ସ୍ଥାନୀୟ ବାରଦୁଖାନା ଗ୍ରାମରୁ ଆଜି ଗୋଟିଏ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର ହୋଇଛି। ପ୍ରାୟ ୧୦ ଇଞ୍ଚ ଲମ୍ବର ଉକ୍ତ ଏଣ୍ଡୁଅ ଶରୀରର ରଙ୍ଗ ସମୟକୁ ସମୟ ଭଳିକି ଭଳି ବଦଳାଉଥିବା ଦେଖାଯାଇଛି।  ଗ୍ରାମର ପିଲା ଖେଳୁଥିବା ବେଳେ କୌତୁହଳବଶତଃ ଏଣ୍ଡୁଅକୁ ଧରି ଏକ ପିଞ୍ଜରା ଭିତରେ ରଖିଥିଲେ। ଏନେଇ ଗ୍ରାମବାସୀ ବାଲିପାଟଣା ଫରେଷ୍ଟ ରେଞ୍ଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇ ବନ କର୍ମଚାରୀ ପହଞ୍ଚିବା ପରେ ଗ୍ରାମବାସୀ ଏଣ୍ଡୁଅକୁ ତାଙ୍କୁ ହସ୍ତାନ୍ତର କରିଥିଲେ। ବନ କର୍ମଚାରୀ ଏଣ୍ଡୁଅକୁ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଇଥିଲେ। କିଛିଦିନ ବିଶ୍ରାମ ନେବା ପରେ ଏହାକୁ ଜଙ୍ଗଲ କିମ୍ବା ଚିଡ଼ିଆଖାନାରେ ଛଡ଼ାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର