ଜଗତସିଂହପୁର: ଇତିହାସର ମୂକସାକ୍ଷୀ ଅଳକା ନଦୀକୁ ଯିଏ ଯେମିତି ପାରିଲା ଖିନ୍ଭିନ୍ କରି ଚାଲିଛି। ଅଳ୍ପ ମାତ୍ରାରେ ପାଣି ଧାର ଚାଲିଥିବା ବେଳେ ବନ୍ଧ ବାନ୍ଧି ଦୁଇ ଭାଗ କରି ଦିଆଯାଇଛି। ଟ୍ରିପ୍ ଟ୍ରିପ୍ ମାଟି ଖୋଳା ହୋଇ ଚାଲାଣ ହେଉଥିବା ବେଳେ ଅଳକା ଗର୍ଭରେ ଶତାଧିକ ସ୍ଥାନରେ ବେଆଇନ ନିର୍ମାଣ ଚାଲିଛି। ଜିଲ୍ଲା ପ୍ରଶାସନ ସବୁ ଜାଣି ବେଆଇନ ନିର୍ମାଣ, ଜବରଦଖଲ ପ୍ରସଙ୍ଗରେ ହାତ ବାନ୍ଧି ବସିଛି।
ଅଳକା ନଦୀରେ କଲେଜ ଛକ-କଣ୍ଟାପଡ଼ା ରାସ୍ତାରେ ବନ୍ଧ ତିଆରି କରାଯାଇଛି। ସେଠାରେ ଜଳ ପ୍ରବାହକୁ ରୋକାଯାଇଛି। ସେହି ନିକଟରେ ପୋଖରୀ ଭଳି ଗାତ ଖୋଳାଯାଇ ମାଟି ଉଠାଯାଇ ଚୋରା ଚାଲାଣ କରାଯାଉଛି। ଅଳକା ଗର୍ଭରେ କଣ୍ଟାପଡ଼ା ଠାରୁ ଆରମ୍ଭ କରି ଓଡ଼ିଶୋ ପର୍ଯ୍ୟନ୍ତ ଏକାଧିକ ଜାଗାରେ ବେଆଇନ ନିର୍ମାଣ ଚାଲିଛି। ଏହାକୁ ନେଇ ଜଳସମ୍ପଦ ବିଭାଗ, ତହସିଲ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ଭୂମିକା ସନ୍ଦେହ ପରିସରକୁ ଆସିଛି।
ବାଲି, ମାଟି ଚୋରି ସହ ବେଆଇନ ନିର୍ମାଣ
ପୁନରୁଦ୍ଧାର ନାମରେ ୧୩ କୋଟି ବି ଗଲା
ତଦନ୍ତ ନକରି ପ୍ରଶାସନ ଚୁପ୍
ଜଗତସିଂହପୁର ବ୍ଲକ ଅଧୀନ ବୀରବରପାଟଣାରୁ ବାଲିକୁଦା ଅଶିଲୋ ପର୍ଯ୍ୟନ୍ତ ଦୀର୍ଘ ୩୨ କିଲୋମିଟର ଲମ୍ବା ଅଳକା ନଦୀ ମୁହାଣ ପୋତି ହୋଇଯିବା ପରେ ଜଳପ୍ରବାହ ଏକପ୍ରକାର ବନ୍ଦ ହୋଇଯାଇଥିଲା। ନଦୀକୁ ପୁନରୁଦ୍ଧାର ପାଇଁ ୨୦୨୦ରେ ଯୋଜନା ହେଲା। ପର୍ଯ୍ୟାୟ କ୍ରମେ ତିନୋଟି ଯୋଜନା କରାଯାଇ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରାଗଲା। ପ୍ରାୟ ୩୨ ଫୁଟ ଚଉଡ଼ା ପାଇଁ ଯୋଜନା ରହିଥିଲେ ମଧ୍ୟ ଅନେକ ସ୍ଥାନରେ ସରୁ ନାଳି ଭଳି ଖୋଳାଯାଇଛି। ବିଶେଷ କରି ଜଗତସିଂହପୁର ପୌରାଞ୍ଚଳ କଣ୍ଟାବଲ୍ଲଭପୁରଠାରୁ ଗାଲୁପଡ଼ା ପର୍ଯ୍ୟନ୍ତ ବ୍ୟାପକ ଜବରଦଖଲ ପାଇଁ ଅଳକା ଖନନ କାର୍ଯ୍ୟ ଠିକ୍ ଭାବେ ହୋଇପାରି ନାହିଁ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନକ୍ସା ଅନୁସାରେ ଖନନ ହୋଇପାରି ନ ଥିବା କହିଛନ୍ତି। କିନ୍ତୁ ଏହି ମହାଦୁର୍ନୀତିର ତଦନ୍ତ କରିବା ପରିବର୍ତ୍ତେ ଜିଲ୍ଲା ପ୍ରଶାସନ ଚୁପ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/18/LfUegJWHEldcLQf46lPs.jpg)