ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପରେ ଜଗମୋହନରେ ଲୋଡ୍ସେଲ୍ ଲାଗିଛି। ଗତ ତିନ ଦିନ ତଳୁ ଆରମ୍ଭ ହୋଇଥିବା ଲୋଡ୍ସେଲ୍ କାମ ଆଜି ସରିଛି। ଜଗମୋହନରେ ଲାଗିଥିବା ପୋର୍ଟାଲ୍ ଫ୍ରେମ୍ କେତେ ଭାର ସମ୍ଭାଳି ପାରିବ ତାର ଅନୁଧ୍ୟାନ ପାଇଁ ଏହି ଲୋଡ୍ ସେଲ୍ ଲଗାଯାଇଛି। ଏଥିସହିତ ଲୋଡ୍ସେଲ୍ରେ ୮ଟି ସେନ୍ସର ଲାଗିଥିବା ବେଳେ ଏକ ମନିଟର ଲଗାଯାଇଛି। ପୋର୍ଟାଲ୍ ଫ୍ରେମ୍ ଭାର ସମ୍ଭାଳି ପାରୁଛି କି ନାହିଁ ସେନ୍ସର ଏହାର ଅନୁଧ୍ୟାନ କରିବ। ଏହି ବ୍ୟବସ୍ଥାରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗତ ୧୬ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ୍ ପରେ ମରାମତି କାମ ଆରମ୍ଭ ହୋଇଥିଲା। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମରାମତି କାମ ଚାଲିବ ବୋଲି ଜଣାପଡ଼ିଛି।
ଜଗମୋହନରେ ଲାଗିଲା ଲୋଡ୍ସେଲ୍
/sambad/media/post_attachments/wp-content/uploads/2018/07/jaga-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)