ସଂଜୀବଙ୍କ ପାଇଁ ସମର୍ଥକଙ୍କ ଲବି

ସାମ୍ବାଦିକ ସମ୍ମିଳନୀରେ ଦାବି କଲେ

ଅନୁଗୁଳ : ବିଜେଡି ପକ୍ଷରୁ ରବିବାର ପୁଣି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ହେଲେ ଆଜି ମଧ୍ୟ ଆଠମଲ୍ଲିକ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ଏପଟେ ବିଧାୟକ ସଂଜୀବ ସାହୁଙ୍କୁ ଟିକେଟ ଦିଆଯିବ କି ନାହିଁ ‌ସେ ନେଇ ତାଙ୍କ ସମର୍ଥକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ରବିବାର ସନ୍ଧ୍ୟାରେ ସଂଜୀବଙ୍କ ସମର୍ଥକମାନେ ସାମ୍ବାଦିକ ସମ୍ମିଳନୀ ଡାକି ସଂଜୀବଙ୍କୁ ପ୍ରାର୍ଥୀ କରାଯିବା ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି। ଆଠମଲ୍ଲିକ ବ୍ଲକ ବିଜେଡି ସଭାପତି ମହେଶ୍ବର ଦେହୁରୀ କହିଛନ୍ତି ଯେ, ଆଠମଲ୍ଲିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାରେ ଆଉ ବିଳମ୍ବ କରାନଯାଉ। ୨୦୧୪ ନିର୍ବାଚନରେ ସଂଜୀବ ବାବୁ ୧୯ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ‌ତାଙ୍କ ସଂଗଠନ ସୁଦୃଢ଼ ରହିଛି। ତେଣୁ ଆଠମଲ୍ଲିକ ବିଧାନସଭାରୁ ତାଙ୍କୁ ଆଉ ଥରେ ପ୍ରାର୍ଥୀ କରାଯାଉ ବୋଲି ସେ କହିଛନ୍ତି। କିଶୋରନଗର ବ୍ଲକ ବିଜେଡି ସଭାପତି ପ୍ରବୋଧ ବେହେରା, ମହିଳା ଶାଖା ସଭାନେତ୍ରୀ ସୁଲୋଚନା ପ୍ରଧାନ, ପୂର୍ବତନ ସରପଞ୍ଚ ସଂଜୀବ ସ୍ବାଇଁ, ସକ୍ରିୟ କର୍ମୀ ସନ୍ତୋ‌ଷ ପ୍ରଧାନ, ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର