ଜୟପୁର: ଜୟନଗରଛକରୁ ଭୁତନାଥ ଶ୍ମଶାନ ପର୍ଯ୍ୟନ୍ତ ୪୦ଫୁଟର ଓସାର ରାସ୍ତା କରିବ ପୌରପାଳିକା। ମଙ୍ଗଳବାର ମାପଚୁପ କରିବାକୁ ପୌରପାଳିକା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହି ବିଞପ୍ତିକୁ ବିରୋଧ କରି ଗତ କାଲି ଜୟନଗର ଅଂଚଳର ବ୍ୟବସାୟୀମାନେ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କୁ ଭେଟି ଓସାରକୁ ୩୦ଫୁଟ କରିବାକୁ ଅନୁରୋଧ କରିଥିଲେ। ତେବେ ଏହା ବାଦେ ଆଜି ପୌରପାଳିକାର ରାଜସ୍ବ ନିରୀକ୍ଷକ , ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର, ପୁଲିସ, ପୌରକର୍ମଚାରୀ ଓ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ଉପସ୍ଥିତିରେ ଚିହ୍ନ ଦିଆଯାଇଥିଲା। ଚିହ୍ନ ଦେବା ସମୟରେ ବ୍ୟବସାୟୀମାନେ ପୁନଃ ନିଜ ଦାବି ଉଠାଇଥିଲେ। ୩୦ଫୁଟ କରିବାକୁ ଅନୁରୋଧ ବି କରିଥିଲେ। ପ୍ରବଳ ପାଟିତୁଣ୍ଡ ବି କରିଥିଲେ। ଏହା ବାଦ୍‌ ବି ୪୦ଫୁଟର ଚିହ୍ନ ଦିଆଯାଇଥିଲା।

Advertisment

ତେବେ ଆଗାମୀ ଦିନରେ ଦିଆଯାଇଥିବା ଚିହ୍ନ ଅନୁଯାୟୀ ଭଙ୍ଗା ଯିବ ନା ନାହିଁ ତାହା ସମୟ କହିବ। ତେବେ ଆଜିର ଚିହ୍ନ ଦେବା ଘଟଣାକୁ ଜୟନଗର ଛକରୁ ଭୁତନାଥ ଶ୍ମଶାନ ପର୍ଯ୍ୟନ୍ତ ଦୋକାନ କରିଥିବା ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାସନ ଦୋକାନୀଙ୍କ ବିନା ଆଲୋଚନାରେ ଏଭଳି ଜୋରଜବରଦସ୍ତ ପଦକ୍ଷେପ ନେବା ଠିକ ନୁହେଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି।