ଜାଣନ୍ତୁ ମଲ୍‌, ହଲ୍‌ ଓ ହୋଟେଲ ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ କ’ଣ କହୁଛି

ଭୁବନେଶ୍ୱର: ଅନଲକ-୧ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂତନ ଗାଇଡଲାଇନ ଜାରି କରିଛନ୍ତି। ଜାରି ହୋଇଥିବା ନୂତନ ଗାଇଡଲାଇନରେ ହଲ, ମଲ୍‌ ଓ ହୋଟେଲ ଖୋଲିବା ନେଇ କ’ଣ ସବୁ କଟକଣା ରହିଛି ଆସନ୍ତୁ ଜାଣିବା।

୧. ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ରାଜ୍ୟରେ ଆସନ୍ତାକାଲି ଠାରୁ ଅନ୍‌ଲକ୍‌-୨ ଜାରି କରାଯାଇଛି। ଅନ୍‌ଲକ୍‌-୨ ଗାଇଡଲାଇନ୍‌ ଅନୁସାରେ ରାଜ୍ୟର କୌଣସି ଜିଲ୍ଲାରେ ଜିମ୍‌, ସୁଇମିଂ ପୁଲ୍‌, ପାର୍କ, ବାର୍‌ ଆଦି ଖୋଲା ଯିବ ନାହିଁ। କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।

୨. ଏଥିସହିତ ସାମାଜିକ, କ୍ରୀଡା, ମନୋରଞ୍ଜନ ଭିତ୍ତିକ ସମାବେଶ ଉପରେ ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

୩. କୋଭିଡ-୧୯ ଗାଇଡଲାଇନ୍‌କୁ ପାଳନ କରି ଅନ୍‌ଲକ୍‌-୧ରେ କିଛି ଅଞ୍ଚଳରେ ସପିଂ ମଲ୍‌ଗୁଡ଼ିକ ଖୋଲିଥିଲା। । ତେବେ ଅନ୍‌ଲକ୍‌-୨ ଜାରି ହେବା ପରେ କେଉଁ ଅଞ୍ଚଳରେ ମଲ୍‌ ଖୋଲା ଯିବ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ଉପରେ ନିର୍ଭର କରୁଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତିକୁ ଦେଖି ମଲ୍‌ ଖୋଲା ଯିବ କି ନାହିଁ ତାହାର ନିଷ୍ପତ୍ତି ନେବେ।

Coronavirus: Shopping malls in Gurugram to reopen from July 1 ...

୪. ହୋଟେଲ ଓ ରେସ୍ତୋରାଁ ଆଦି ଖୋଲା ରହିବ। କିନ୍ତୁ ଗ୍ରାହକ ଖାଦ୍ୟକୁ ସେଠାରେ ବସି ଖାଇ ପାରିବେ ନାହିଁ। ଯେକୌଣସି ଖାଦ୍ୟକୁ ପାର୍ସଲ କରି ନେଇ ପାରିବେ। ସେହିପରି ହୋଟେଲମାନଙ୍କରେ ଥିବା ରେସ୍ତୋରାଁ କେବଳ ସେହି ହୋଟେଲରେ ରହିଥିବା ଅତିଥିଙ୍କୁ ଖାଦ୍ୟ ଦେଇପାରିବେ।

୫. ରାଜ୍ୟରେ ଅନ୍‌ଲକ୍‌-୨ ଜାରି ରହିଥିବା ସମୟରେ ମୁଖ୍ୟ ରାସ୍ତା ଏବଂ ଜାତୀୟରାଜପଥ ପାର୍ଶ୍ୱରେ ଥିବା ଢ଼ାବାଗୁଡ଼ିକ ଖୋଲା ରହିବ। କିନ୍ତୁ ଏହି ଢ଼ାବାରେ କୌଣସି ବ୍ୟକ୍ତି ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ସୁବିଧା ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର