ହିନ୍ଦୋଳ/ବଅଁରପାଳ: ଆଜିର ଦିନରେ ଲୋକେ ସୁଯୋଗ ପାଇଲେ କିଛି ବି କରୁଛନ୍ତି। ମାନବିକ କର୍ତ୍ତବ୍ୟ ବି ଭୁଲି ଯାଉଛନ୍ତି। ଏକ ବିଅର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବା ପରେ, ଏଥିରେ ଥିବା ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରିବା ବଦଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ପେଟିପେଟି ବିଅର ବୋହି ନେବାରେ ବ୍ୟସ୍ତ ଥିବା ଭଳି ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରୁ ଏହି ଅଭାବନୀୟ ଚିତ୍ର ଆସିଛି।
/sambad/media/post_attachments/wp-content/uploads/2022/04/b023c9e0-1e54-43f3-ac9a-b86d87fba968-1024x461.jpg)
ସୂଚନା ଅନୁସାରେ ଏକ ବିଅର ବୋଝେଇ ଟ୍ରକ୍ ଭୁବନେଶ୍ବରରୁ ଅନୁଗୁଳ ଅଭିମୁଖେ ଯାଉଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ବିଅର ବୋଝେଇ ଟ୍ରକ୍ (ଓଆର ୦୫ ୟୁ ୦୧୯୫) ହିନ୍ଦୋଳ ଥାନା ଅନ୍ତର୍ଗତ ଗୁହ୍ଳେଇ ବ୍ରିଜ ନିକଟରେ ଭାରସାମ୍ୟ ହରାଇଥିଲା। ଫଳରେ ଟ୍ରକ୍ଟି ବ୍ରିଜ୍ ତଳକୁ ଖସିପଡ଼ିଥିଲା। ଟ୍ରକରେ ଥିବା କିଛି ବିଅର ପେଟି ବାହାରକୁ ଛଟିକି ପଡ଼ିଥିଲା। ସ୍ଥାନୀୟ ଲୋକେ ଟ୍ରକରେ ବିଅର ଥିବା ଜାଣି ପାରିଥିଲେ। ସେମାନେ ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରିବା ବଦଳରେ ବିଅର ପେଟି ବୋହିବାରେ ଲାଗିପଡ଼ିଲେ। ଦୁର୍ଘଟଣାରେ ଟ୍ରକଟି ମାଡ଼ ହୋଇଥିବାରୁ ଶହ ଶହ ବିଅର ବୋତଲ ଭାଙ୍ଗିଯାଇଛି। ସୂଚନା ପାଇ ହିନ୍ଦୋଳ ପୁଲିସ ଘଟଣାସ୍ଥଳରେ ପହଞ୍ଛି ଗାଡ଼ିର ଚାଳକ ଓ ହେଲପରଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସ୍ଥାନୀୟ ଏକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ଟ୍ରକ୍ଟି ଦୁର୍ଘଟଣାସ୍ଥଳରେ ପଡ଼ି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/277931024_1199626840809205_7973925456391261044_n.jpg)