ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାର୍ଶ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି।
କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭାଗର ଓ ଆଠଗଡ଼ ପୁଲିସର ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା। ଏଥିରେ ୭ ହଜାର ୫ ଶହ ଲିଟର ଗୁଡ଼ପୋଚ ଓ ୧୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏଥିସହ ଜଣଙ୍କୁ ଗିରଫ କରାଯାଇଛି। ଏଥିନେଇ ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/IMG-20201211-WA0004.jpg)