ସାହାରା ଇଣ୍ତିଆ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଜମାକାରୀ

ନୀଳଗିରି: ନୀଳଗିରି ସାହାରା ଇଣ୍ତିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ। ଅଭିଯୋଗ ଅନୁଯାୟୀ ନୀଳଗିରି ଅଞ୍ଚଳରେ ବହୁ ଜମାକାରୀଙ୍କ ସ୍ଥିରୀକୃତ ଜମାରାଶି ପାଇବାର ଅବଧି ଶେଷ ହୋଇ ଯାଇଥିଲେ ବି ବାରମ୍ବାର କାର୍ଯ୍ୟାଳୟକୁ ଆସି ଟଙ୍କା ନପାଇ ନିରାଶ ହୋଇ ଫେରୁଥିଲେ ଜମାକାରୀ। ଜମା ଟଙ୍କା ଦେବାରେ କର୍ତ୍ତୃପକ୍ଷ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ। ଗତକାଲି ବହୁ ସଂଖ୍ୟାରେ ଜମାକାରୀ ଏକଜୁଟ ହୋଇ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଜମାଟଙ୍କା ପାଇବା ତ ଦୂରର କଥା ଅଧିକାରୀଙ୍କ ମଧ୍ୟ ଦେଖା ମିଳିନଥିଲା। ଫଳରେ କାର୍ଯ୍ୟାଳୟ ଆଗରେ ଉତ୍ତେଜନା ଦେଖା ଦେଇଥିଲା। ପରେ କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀଙ୍କୁ ବାହାରକୁ ଆସିବାକୁ କହି ଅଫିସରେ ତାଲା ଝୁଲାଇ ଦେଇଛନ୍ତି ଜମାକାରୀ। ଏ ନେଇ ସାହାରା ଇଣ୍ତିଆର ନୀଳଗିରି କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରୟିା ମିଳି ପାରିନାହିଁ।

 

 

ସମ୍ବନ୍ଧିତ ଖବର