୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ ନେଇ ବଅଁରପାଳରେ ବିରୋଧ କଲେ ଜନତା

ଅନୁଗୁଳ: ଜିଲ୍ଲାର ବଅଁରପାଳ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଆଣ୍ଠୁଏ ଆଣ୍ଠୁଏ ଖାଲ ସାଙ୍ଗକୁ ଧୂଳି ଝଡ଼ରେ ଅତିଷ୍ଠ ହୋଇ ଆଜି ଶେଷରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଜନସାଧାରଣ। ୫୫ନଂ ଜାତୀୟ ରାଜରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସନ୍ଧ୍ୟା ସମୟରେ ଅଞ୍ଚଳବାସୀ ବନ୍ଦ କରିଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ଓ ରାସ୍ତା ମରାମତି କାର୍ଯ୍ୟ ନହେଉଥିବାରୁ ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡିଛି। ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ଅଛି। ରାସ୍ତାରେ ଗାଡ଼ି ଚଳାଚଳ ବେଳେ ପ୍ରବଳ ଧୂଳି ଉଡ଼ି ଧନ ଜୀବନ ଅସ୍ତବ୍ୟସ୍ତ ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ଦାବି କରି ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ। ୫୫ ନଂ ଜାତୀୟ ରାଜପଥରେ ଏଥିପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଛି।

ସୂଚନାଯୋଗ୍ୟ, ୫୫ ନମ୍ବର ଜାତୀୟ ରାଜପଥ କଟକ ଓ ସମ୍ବଲପୁରକୁ ଯୋଡୁଛି। ଏହି ରାସ୍ତା ଉପରେ ଅଧା ଓଡ଼ିଶାର ଲୋକ ନିର୍ଭର କରୁଛନ୍ତି। ଏହି ଜାତୀୟ ରାଜପଥ ଉପରେ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାର ଲୋକେ ପ୍ରତକ୍ଷ୍ୟଭାବେ ପ୍ରଭାବିତ ହେଉଛନ୍ତି। ସେହିଭଳି ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଲୋକେ ମଧ୍ୟ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଯିବାଆସିବା କରନ୍ତି।

ସମ୍ବନ୍ଧିତ ଖବର