ଖୁଣ୍ଟିଗୋରା : ରବିବାର ଘଣ୍ଟାପଡ଼ା ସେକ୍ସନ୍ ଅଧୀନ ଆମ୍ବଗାଁ ନିକଟ ଡଣା ଡଙ୍ଗରେ ନିଆଁ ଲାଗିଥିଲା। ସୂଚନା ପାଇ ସ୍ଥାନୀୟ ଭଗତ୍ ସିଂ ପ୍ରଭାତ ଶାଖାର ୨ଜଣ ସ୍ବୟଂସେବକ ଭାଇ ଡଙ୍ଗରକୁ ଚଢ଼ି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଅଣାୟତ୍ତ ହେବାରୁ ଶାଖାର ଅନ୍ୟ ସଦସ୍ୟଙ୍କୁ ସେମାନେ ଖବର ଦେଇଥିଲେ। ଜଙ୍ଗଲ ବିଭାଗକୁ ମଧ୍ୟ ଜଣାଇଥିଲେ। ସ୍ବୟଂସେବକ ସଦସ୍ୟମାନେ ନିଆଁ ଲିଭାଉଥିବା ସମୟରେ ବନ ବିଭାଗର କର୍ମଚାରୀ ପହଞ୍ଚି ମିଳିତ ଭାବେ ନିଆଁକୁ ଆୟତ୍ତ କରିଥିଲେ।
ଡଣା ଡଙ୍ଗରରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ସ୍ଥାନୀୟ ସ୍ବୟଂସେବକ ସଦସ୍ୟ
/sambad/media/post_attachments/wp-content/uploads/2021/03/boudha-fire.jpg)