ବାରିପଦା : ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୭ ମଧୁବନ ଗେରେଜ ଛକ ଅଞ୍ଚଳରେ ପୌରପରିଷଦ ପକ୍ଷରୁ ୨୦୧୭-୧୮ ଡ଼ିଭୋଲ୍ୟୁସନ ଫାଣ୍ଡରୁ ପ୍ରାୟ ୭୭ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ବରାଦରେ ୪ଟି ଭେଣ୍ଡିଂ ଜୋନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ମଧ୍ୟରୁ ଗୋଟାଏ ଭେଣ୍ଡିଂ ଜୋନର ନିର୍ମାଣ କାର୍ଯ୍ୟ ଶେଷ ହେବା ଅବସ୍ଥାରେ ପହଁଞ୍ଚିଥିବା ସମୟରେ ୨ଟି ଭେଣ୍ଡିଂ ଜୋନ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଅନ୍ୟ ଗୋଟାଏ ଆରମ୍ଭ ହୋଇ ନାହିଁ । କିନ୍ତୁ ସର୍ବସାଧାରଣଙ୍କ ଅର୍ଥରେ ନିର୍ମାଣ ହେଉଥିବା ସମସ୍ତ କାର୍ଯ୍ୟର ଟିକିନିଖି ବିବରଣୀ ଜାଣିବା ଜନସାଧାରଣଙ୍କ ଅଧିକାର । ସେଥି ନିମନ୍ତେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ନିର୍ମାଣ ସ୍ଥଳରେ ନିର୍ମାଣ ସମ୍ପର୍କିୟ ସୂଚନା ଫଳକ ଲଗାଯିବାର ନିୟମ ରହିଥିବା ବେଳେ ବାରିପଦା ପୌରପରିଷଦ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା ପ୍ରଦର୍ଶନ କରାଯାଇ କୌଣସି ଗୋଟାଏ ହେଲେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗାଯାଇ ନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଏହାକୁ ବିରୋଧ କରି ଆଜି ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଇଥିଲେ ।
/sambad/media/post_attachments/wp-content/uploads/2020/11/baripada-300x169.jpg)
ତେବେ ଏ ବିଷୟରେ ନିର୍ମାଣ କାର୍ଯ୍ୟାଦେଶ ନେଇଥିବା ଠିକାଦାର ଅଜୟ କୁମାର ମହାପାତ୍ର ଆଜି କାର୍ଯ୍ୟ ଆରମ୍ଭ ହୋଇଛି, ଫଳକ ଲେଖା ଚାଲିଛି, ଲେଖା ଶେଷ ହେବା ପରେ ଲଗାଯିବ ବୋଲି କହିଥିଲେ । ସେହିପରି ସବୁଠାରେ ଫଳକ ଲଗାଯାଇଛି ବୋଲି ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମନମୋହନ ମହାପାତ୍ର କହିଥିଲେ । ନିର୍ମାଣ କାର୍ଯ୍ୟ ବନ୍ଦ କରାଇଥିବା ମଧୁବନ ଅଞ୍ଚଳର ଝରଣା ପ୍ରଧାନ ଓ ସନ୍ଧ୍ୟା ରାଓଙ୍କ କହିବା ଅନୁସାରେ ଏଠାରେ କିଏ, କଣ ନିର୍ମାଣ କରୁଛି ଓ କେତେଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେଉଛି ତାହା ଜାଣିବା ଆମର ଅଧିକାର । ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିର୍ମାଣ ସ୍ଥଳରେ କାର୍ଯ୍ୟ ସମ୍ପର୍କରେ ସବିଶେଷ ସୂଚନା ଥିବା ଫଳକ ଲଗାଯିବା ନିମନ୍ତେ ସରକାର ଆଇନ କରିଥିବା ବେଳେ ଏଠାରେ ସେହି ଆଇନକୁ ପାଳନ କରାଯାଇ ନାହିଁ । ତେଣୁ ଆମେ ତାହାକୁ ବିରୋଧ କରୁଛୁ, କାର୍ଯ୍ୟ ନିର୍ମାଣକୁ ନୁହେଁ । ପ୍ରଥମେ ସୂଚନା ଫଳକ ଲଗାଯାଉ , ତା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ ।
/sambad/media/post_attachments/wp-content/uploads/2020/11/baripada-2f-300x131.jpg)
ସେହିପରି ଭେଣ୍ଡିଂ ଜୋନ ନିର୍ମାଣସ୍ଥଳ ପୂର୍ବରୁ ଦେବୋତ୍ତର ବିଭାଗ ନାମରେ ରହିଥିଲା ଏବଂ ପରବର୍ତ୍ତି ସମୟରେ ତାହା ପୌରପରିଷଦ ଖାତାକୁ ଚାଲିଯାଇଛି ବୋଲି ଶୁଣିଥିଲି । ତେବେ ଗୋଟାଏ ନିର୍ମାଣ ସ୍ଥଳକୁ ପୌରପରିଷଦ ମିନି ଟ୍ରକ ଷ୍ଟାଣ୍ଡ କରିବାକୁ ଦେଇଥିଲେ । ବର୍ତ୍ତମାନ ମିନି ଟ୍ରକ ନ ଥିବାରୁ ସେଠାରେ ଟ୍ରେକର ବା ପିକ-ଅପ ଷ୍ଟାଣ୍ଡ କରାଯାଇ ପାରିଥାନ୍ତା । ମାତ୍ର ବାରିପଦା ପୌରପରିଷଦ ପକ୍ଷରୁ କୌଣସି ସୁଚିନ୍ତିତ ଯୋଜନା ବଦ୍ଧ ପ୍ଲାନ ବା ଆଗକୁ ଚିନ୍ତା ନ କରି ଯେଉଁଠାରେ ଯାହା ଇଚ୍ଛା ହେଉଛି ତାହା ନିର୍ମାଣ କରିପକାଉଛନ୍ତି । ଯେତିକି ଏରିଆରେ ୪ଟି ଭେଣ୍ଡିଂ ଜୋନ ହେଉଛି, ସେଠାରେ ବିରାଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇ ଶତାଧିକ ବ୍ୟବସାୟୀମାନଙ୍କୁ ଥଇଥାନ କରାଯାଇ ପାରିଥାନ୍ତା । ତେବେ ସରକାରୀ ମାଲ ଦରିଆମେ ଡ଼ାଲ ନୀତିରେ ପୌରପରିଷଦ ଆପଣେଇ ନେଇଥିବା ବେଳେ ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ମହିଳାମାନେ ବିରୋଧ କରୁଛନ୍ତି ବୋଲି କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/baripada-3.jpg)