ପିଲା ଚୋର ସନ୍ଦେହରେ ତିନି ଜଣଙ୍କୁ ପିଟିଲେ
ରାୟଗଡ଼ା : ଗତ ଦୁଇ ଦିନ ହେଲା ରାୟଗଡ଼ା ଜିଲ୍ଲାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଅଚିହ୍ନା ଲୋକଙ୍କୁ ନେଇ ନାନା ଗୁଜବ ପ୍ରଚାର ହେଉଛି। ଯାହାର ପ୍ରତିକ୍ରିୟା ଆଜି ଦେଖିବାକୁ ମିଳିଥିଲା। ରାୟଗଡା ରାଣୀଗୁଡ଼ା ଅଞ୍ଚଳରେ ବୁଲୁଥିବା ଦୁଇ ଜଣ ଏବଂ ନୂଆ ସାହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଲୋକେ ପିଲା ଚୋର ସନ୍ଦେହରେ ଅଟକାଇଥିଲେ। ଏହାପରେ ସେମାନଙ୍କୁ ନିର୍ଧୁମ ପିଟିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଗତକାଲି କିଛି ଅଚିହ୍ନା ଯୁବକ କୋଲନରା, ଜମାଦେଇପେଣ୍ଠ, ରାମକୃଷ୍ଣ ନଗର, ରାଣୀଗୁଡ଼ା, ମୁକୁନ୍ଦପୁର ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ପ୍ରଚାର ହୋଇଥିଲା। ଏହାପରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪ ଜଣ ସନ୍ଦିଗ୍ଧଙ୍କୁ ଲୋକେ ଧରିବା ପରେ ପୁଲିସ୍ ଜିମାରେ ଦେଇଛନ୍ତି। କଲ୍ୟାଣସିଂହପୁରରୁ ଛତିଶଗଡ଼ ଅଞ୍ଚଳର କୁମାରୀ, ଉତ୍ତରପ୍ରଦେଶ ବମଦା ଜିଲ୍ଲାର ଶ୍ରୀଚନ୍ଦ୍ର ବାମରଙ୍କୁ ଶେଷଖାଲ ଅଞ୍ଚଳରୁ, ପଶ୍ଚିମବଂଗର ରାଫଲ ଓ ଆଉ ଜଣେ ନାବାଳକଙ୍କୁ ଲୋକେ ଧରିଥିଲେ। ସେମାନେ ଭୁଲକ୍ରମେ ଓଡ଼ିଶା ଚାଲି ଆସିଥିବା ବେଳେ ପିଲା ଚୋର ନୁହନ୍ତି ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।