ଇମାମି ସିମେଣ୍ଟ କାରଖାନା ଘେରିଲେ ଜମିହରା

ଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଇମାମି ସିମେଣ୍ଟ କାରଖାନା ସମ୍ମୁଖରେ ଜମିହରା ପରିବାର ଆଜି ସକାଳୁ ଧାରଣାରେ ବସିଛନ୍ତି। ମୁଖ୍ୟତଃ ନିଯୁକ୍ତି ଦାବିରେ ମାଣତୀରା ଗ୍ରାମର ଜମିହରା ପରିବାର ପକ୍ଷରୁ ଏହି ଧାରଣା ରାତି ପର୍ଯ୍ୟନ୍ତ ଚାଲିଛି।

ବାରମ୍ବାର ଆନ୍ଦୋଳନ ଏବଂ ଧାରଣା ପରେ ଇମାମି ସିମେଣ୍ଟ କର୍ତ୍ତୃପକ୍ଷ ଜମିହରାଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଆସୁଛନ୍ତି। ପ୍ରତିଶ୍ରୁତି ପୂରଣ ନହେବାରୁ ଗତ ୧୪ ତାରିଖରେ ପ୍ରଭାସ ସିଂହଙ୍କ ନେତୃତ୍ବରେ କେତେକ ଜମିହରା କାରଖାନା କର୍ତ୍ତୃପକ୍ଷଙ୍କୁ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ଆଜି ସକାଳୁ ୪୦ରୁ ଅଧିକ ମହିଳା ଏବଂ ପୁରୁଷ କାରଖାନା ଫାଟକ ଅବରୋଧ କରି ଧାରଣାରେ ବସିଥିଲେ। ଯାହା ଫଳରେ କାରଖାନା ମଧ୍ୟକୁ କୌଣସି ଶ୍ରମିକ କିମ୍ବା କର୍ମଚାରୀ ପ୍ରବେଶ କରିପାରି ନଥିଲେ। ଦାନଗଦୀ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଓ ଯଖପୁରା ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନା କାରଖାନା ମୁଖ୍ୟ ପିକେ ସିଂହଙ୍କ ସହ ଆଲୋଚନା କରିଥିଲେ। ମାତ୍ର, କୌଣସି ଫଳ ବାହାରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର