ନଠୁଆବର: କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପ୍ରଦୀପ ପ୍ରଧାନଙ୍କ ଘରୁ ଗତ ସୋମବାର ରାତିରେ ଚୋରି ହୋଇଛି। ଚୋରମାନେ ଘରର ମୁଖ୍ୟ କବାଟ ଭାଙ୍ଗି ଭିତରେ ଥିବା ଆଲମାରିରୁ ସୁନା ଅଳଙ୍କାର ଚୋରି କରି ନେଇଥିବା ପ୍ରଦୀପ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ପତ୍ନୀଙ୍କ ମୃତ୍ୟୁ ପରେ ୩ ବର୍ଷ ତଳୁ ପ୍ରଦୀପ ଭୁବନେଶ୍ବରରେ ରହୁଛନ୍ତି। ତାଙ୍କ ଗାଁ ଘରେ ତାଲା ପଡ଼ିଛି। କେହି ରହୁନଥିବା ସୁଯୋଗରେ ଚୋରମାନେ ତାଲା ଭାଙ୍ଗି ଚୋରି କରିଥିଲେ। ଏସଂପର୍କରେ ଖବର ପାଇ ପ୍ରଦୀପ ଗତ ମଙ୍ଗଳବାର ଗାଁରେ ପହଞ୍ଚିଥିଲେ। ଘରୁ ଚୋରି ହୋଇଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ୪୦୭/୨୨ରେ ଏକ ମାମଲା ରୁଜୁ କରିଛି। ଏଏସ୍‌ଆଇ ଦେବପଦ ମହାନ୍ତି ତଦନ୍ତ କରୁଛନ୍ତି।