ଲକଡାଉନ ପ୍ରଭାବ: ଗଙ୍ଗା ନଦୀ ସଫା କରିବାକୁ ଯାଇ ମଥୁରାରେ ଫସିଛନ୍ତି ୧୭ ଶ୍ରମିକ

ରାଉରକେଲା: ଉତ୍ତରପ୍ରଦେଶର ମଥୁରାରେ ଫସିଛନ୍ତି ରାଉରକେଲା ୧୭ ଶ୍ରମିକ| ଏହି ଶ୍ରମିକମାନେ ଗଙ୍ଗା କ୍ଲିନ ପ୍ରୋଜେକ୍ଟ ବା ଗଙ୍ଗା ନଦୀ ସଫେଇ ପ୍ରକଳ୍ପରେ କାମ କରୁଥିଲେ | ମିଳିଥିବା ସୂଚନା ମୁତାବକ ରାଉରକେଲା, ଲାଠିକଟା, ବନ୍ଧମୁଣ୍ଡା, ବେଦବ୍ୟାସ ବେଲଡ଼ିହିର ୩୦ଜଣ ଶ୍ରମିକ ଗତ ଅକ୍ଟୋବର ମାସରେ କାମ କରିବାକୁ ଉତ୍ତରପ୍ରଦେଶର ମଥୁରା ଲକ୍ଷ୍ମୀନଗରକୁ ଯାଇଥିଲେ | ଏହି ଶ୍ରମିକମାନେ ଗଙ୍ଗା ସଫେଇ ପ୍ରକଳ୍ପର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ କାମ କରୁଥିଲେ |ଶ୍ରମିକମାନେ ତ୍ରିବେଣୀ ଇଂଜିନିୟରିଂ ଆଣ୍ଡ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼ ଅଧୀନରେ ଏହି ଶ୍ରମିକମାନେ କାମ କରୁଥିବାବେଳେ ଲକଡାଉନ ପୂର୍ବରୁ ୧୩ ଜଣ ଶ୍ରମିକ ଓଡିଶା ପଳାଇଆସିଥିଲେ | ବର୍ତ୍ତମାନ ୧୭ ଜଣ ଶ୍ରମିକ ସେଠାରେ ରହିଯାଇଛନ୍ତି | ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିବାରୁ ଏହି ଶ୍ରମିକମାନେ ଫେରିପାରୁନାହାନ୍ତି | ସେହିପରି ସବୁଆଡେ ଦୋକାନ ବଜାର ବନ୍ଦ ରହିଥିବାରୁ ଶ୍ରମିକମାନଙ୍କୁ ଠିକ ଭାବେ ଖାଇବାକୁ ମିଳୁନଥିବାର ଶ୍ରମିକମାନେ କହିଛନ୍ତି | ତେଣୁ ତୁରନ୍ତ ସେମାନନ୍କୁ ଏଠାରୁ ମୁକୁଳାଇବା ପାଇଁ ଶ୍ରମିକମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି |

ସମ୍ବନ୍ଧିତ ଖବର