ବରଗଡ଼: ଲକ୍ଡାଉନ୍ ବେଳେ ସମସ୍ତ ଉତ୍ସବ ଆୟୋଜନ ଉପରେ କଟକଣା ଲାଗିଛି। ଏଭଳି ସ୍ଥିତିରେ ବରଗଡ଼ ଟାଉନ ଥାନାରେ ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହେଁ ମାସ୍କ ଲଗାଇଥିଲେ। ଉପସ୍ଥିତ ପୁଲିସ୍ ଅଧିକାରୀ ଏବଂ ୩/୪ଜଣ ସ୍ବେଚ୍ଛାସେବୀ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଲଗାଇଥିଲେ। ପରେ ଅତି ନିରାଡ଼ମ୍ବର ଭାବେ ସ୍ଥାନୀୟ ନଦୀପଡ଼ାର ପବିତ୍ର ସାହୁ ଏବଂ ଅମ୍ବାପାଲିର ଲକ୍ଷ୍ମୀ ମେହେର ବିବାହ କରିଥିଲେ। ଦୁହେଁ ପରସ୍ପରକୁ ପ୍ରାୟ ବର୍ଷେ ହେଲା ପ୍ରେମ କରୁଥିଲେ। ରେଜେଷ୍ଟ୍ରି ବିବାହ ପାଇଁ ଯୋଜନା ଥିଲେ ହେଁ ଲକ୍ଡାଉନ୍ ଯୋଗୁଁ ଏହା ସମ୍ଭବ ହୋଇନଥିଲା। କିନ୍ତୁ ପ୍ରେମ ସମ୍ମୁଖରେ ସବୁ ହାର୍ ମାନିଲା। ମଂଗଳବାର ଦିନ ୧୧ଟା ବେଳେ ଟାଉନ ଥାନାଠାରେ ଏଏସ୍ପି ଅମରେନ୍ଦ୍ର ରଣା ଏବଂ ସଦାନନ୍ଦ ପୂଜାରୀ, ସମାଜସେବୀ ପବିତ୍ର ଦେହୁରୀ, ଏମ୍ଡି ନିଜାମ, ଅଲିମ, ରମେଶ ମହାପାତ୍ରଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି। ନବଦମ୍ପତିଙ୍କୁ ଏହି ସମୟରେ କରୋନା ମୁକାବିଲା ପାଇଁ ଥିବା କଟକଣାକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
ଲକ୍ଡାଉନ୍ ମାନିଲେ, ଥାନାରେ ହେଲା ବିବାହ
/sambad/media/post_attachments/wp-content/uploads/2020/02/marriage-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)